ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଲାଗି ପଦାର୍ପଣ କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିଛି।

ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ‌ ଭିନ୍ନ ରୂପ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟର ୨ୟ ଦିବସରେ ଲଡର୍‌ସ ଗ୍ରାଉଣ୍ଡ ପରିସରରେ ଅର୍ଜୁନ ରେଡିଓ ବିକ୍ରି କରୁଛନ୍ତି।

ଶୁକ୍ରବାର କର୍ମଚାରୀଙ୍କ ସହ ମିଶି ବର୍ଷାଭିଜା ଲର୍ଡସ ପଡ଼ିଆ ଶୁଖାଇବାରେ ସହାୟତା କରିଥିବା ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଶନିବାର ନୂଆ ରୂପରେ ଦେଖିବାକୁ ମିଳିଥିଲା।

୧୮ ବର୍ଷୀୟ ଏହି ଅଲରାଉଣ୍ଡର୍‌ ଲର୍ଡସ ପଡ଼ିଆ ବାହାରେ ଡିଜିଟାଲ୍‌ ରେଡିଓ ବିକୁଥିବା ଫଟୋକୁ ଛାଡ଼ିଛନ୍ତି ପୂର୍ବତନ ଖେଳାଳି ହରଭଜନ ସିଂହ। ‘କ୍ରିକେଟ୍‌ଘର ଭାବେ ପରିଚିତ ଲର୍ଡସରେ ଦେଖନ୍ତୁ କିଏ ରେଡିଓ ବିକୁଛନ୍ତି’ ବୋଲି ଭଜି ଲେଖିଛନ୍ତି। ଅର୍ଜୁନଙ୍କୁ ମଧ୍ୟ ଭଜି ‘ଭଲ ପିଲା’ ବୋଲି ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଅର୍ଜୁନ କିପରି ସାଧାରଣ ମଣିଷ ଭାବେ ଜୀବନ ବିତାଉଛନ୍ତି ଓ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛନ୍ତି ସେ ବିଷୟରେ ହରଭଜନ ନିଜ ପୋଷ୍ଟରେ ଦର୍ଶାଇବାକୁ ଚାହିଁଛନ୍ତି।

କିଛି ଦିନ ତଳେ ଶ୍ରୀଲଙ୍କା ଗସ୍ତରେ ଅର୍ନ୍ତଜାତୀୟ ପଦାର୍ପଣ (୧୯ ବର୍ଷରୁ କମ୍‌) କରିଥିବା ଅର୍ଜୁନ ଏବେ ଲଣ୍ଡନ୍‌ରେ ଏମ୍‌ସିସି ଯୁବ କ୍ରିକେଟର୍‌ ତାଲିମ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି।

ଗତ ସପ୍ତାହରେ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତୀକ୍ଷ୍‌ଣ ନଜର ଭିତରେ ଭାରତୀୟ ଖେଳାଳି ମୁରଲୀ ବିଜୟ, ବିରାଟ କୋହଲିଙ୍କୁ ମଧ୍ୟ ସେ ନେଟ୍‌ସରେ ବୋଲିଂ କରିଥିଲେ। ତେବେ ଲର୍ଡସ ପଡିଆ କର୍ମଚାରୀଙ୍କୁ ସହାୟତା କରି ଅର୍ଜୁନ ଢେର ପ୍ରଶଂସା ସାଉଁଟିଛନ୍ତି।

ଜଣେ ବ୍ୟାଟସ୍‌ମ୍ୟାନ ଭାବେ ସଚିନ ତେନ୍ଦୁଲକର ଯେତିକି ଲୋକପ୍ରିୟ ଜଣେ ଭଲ ମଣିଷ ଭାବେ ସେତିକି ପ୍ରସିଦ୍ଧ । ସେହିପରି ସଚିନଙ୍କ ପୁଅ ଅର୍ଜୁନ ମଧ୍ୟ ବହୁତ ସାଧା ସିଧା । କିଛି ଦିନ ପୂର୍ବରୁ ସେ ଭାରତର ୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ସାମିଲ ହୋଇଥିଲେ ।

ସେ କ୍ରିକେଟ ପଡିଆରେ ବିଭିନ୍ନ କାମ କରୁଥିବା ବେଳେ ତାଲିମ ଶେଷରେ ଲର୍ଡସ୍‌ ନିକଟରେ ରେଡିଓ ବିକ୍ରି କରୁଛନ୍ତି।

 

 

 

Comment