ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ଲଜ୍ଜାଜନକ ଭାବେ ଇନିଂସ ପରାଜୟ ବରଣ କରିଛି। ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଓ ୧୫୯ ରନରେ ଜିତିବା ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ଲଜ୍ଜାଜନକଭାବେ ଇନିଂସ ପରାଜୟ ବରଣ କରିଛି। । ପ୍ରଥମ ଇନିଂସରେ ମାତ୍ର ୧୦୭ ରନ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୩୦ ରନରେ ଅଲ୍‌ଆଉଟ ହୋଇ ଯାଇଛି। ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ଏକ ଇନିଂସ ଓ ୧୫୯ ରନରେ ଜିତିବା ସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀଲାଭ କରିଛି।

୮୨.୨ ଓଭର ଭିତରେ ଦୁଇ ଥର ଅଲଆଉଟ୍‌ ହୋଇ ଇଂଲଣ୍ଡ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଛି। ପ୍ରଥମ ପାଳିରେ ମାତ୍ର ୧୦୭ ରନ୍‌ (୩୫.୨ ଓଭର) କରିବା ପରେ ଦ୍ୱିତୀୟ ପାଳିରେ ୧୩୦ ରନ୍‌ (୪୭ ଓଭର) କରି ଭାରତ ଆଜି ମାଟି କାମୁଡ଼ିଛି।

ସେପଟେ କଷ୍ଟକର ପିଚ୍‌ରେ ଅପୂର୍ବ ଏକାଗ୍ରତା ଏବଂ ପ୍ରଶଂସନୀୟ ବ୍ୟାଟିଂ କଳା କୌଶଳର ପରିଚୟ ଦେଇ ଇଂଲଣ୍ଡ ୩୯୬/୭ରେ ପ୍ରଥମ ପାଳି ଘୋଷଣା କରିଥିଲା। ଯାହା ଏହି ଦଳ ପାଇଁ ଲର୍ଡସରେ ଐତିହାସିକ ବିଜୟ ହାସଲ କରିବା ଲାଗି ପର୍ଯ୍ୟାପ୍ତ ହୋଇଥିଲା।

ରବିବାର ଇଂଲଣ୍ଡରେ ଭାରତ ଲଗାତାର ପଞ୍ଚମ ଟେଷ୍ଟ୍‍ ହାରିଥିଲା। କୋହଲିଙ୍କ ନେତୃତ୍ୱରେ ମଧ୍ୟ ପ୍ରଥମ ପାଳି ପରାଜୟ ବରଣ କରିଥିଲା। ଶୀର୍ଷ ସହ ମଧ୍ୟକ୍ରମ ଭୁଶୁଡ଼ିବା ପରେ ଉଭୟ ପାଳିରେ ରବିଚନ୍ଦ୍ରନ୍‌ ଅଶ୍ୱିନ (୨୯, ୩୩) ଭାରତର ସର୍ବାଧିକ ସ୍କୋରର୍‌ ହୋଇଥିଲେ।

ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଏଭଳି ଦୟନୀୟ ବ୍ୟାଟିଂ ସମ୍ଭବତଃ ଦୀର୍ଘ ଦିନ ପରେ ଦେଖିବାକୁ ମିଳିଥିଲା।ଏପରିକି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲାଉଥିବା ଅଧିନାୟକ ବିରାଟ କୋହଲି (୨୩, ୧୭) ଉଭୟ ପାଳିକୁ ମିଶାଇ ୪୦ ରନ୍‌ କରିଥିଲେ। ଅନ୍ୟମାନେ ବି ଭାରତୀୟ ପ୍ରଶଂସକଙ୍କୁ ଲଜ୍ଜିତ କରିଥିଲେ।

ଇଂଲଣ୍ଡ ରବିବାରର ଆତ୍ମବିଶ୍ୱାସଭରା ଏବଂ ଏକତରଫା ବିଜୟ ପରେ ପାଞ୍ଚ ଟିକିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ପ୍ରଥମ ପାଳିରେ ଜେମ୍ସ ଆଣ୍ଡରସନ୍‌ (୫/୨୦) ଭାରତ ପାଳିକୁ ପୋଛି ନେଇଥିଲେ। ଦ୍ୱିତୀୟରେ ଷ୍ଟୁଆର୍ଟ ବ୍ରଡ୍‌ ଓ ସେ (୪/୪) ମିଶି ୮ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ବଳକା ଦୁଇ ଓ୍ଵିକେଟ୍‌ ଶତକ ହାସଲକାରୀ କ୍ରିସ୍‌ ଓକ୍ସଙ୍କୁ ମିଳିଥିଲା। ଏହି ଟେଷ୍ଟ୍‌ ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ୧୭୦.୩ ଓଭରରେ ଶେଷ ହୋଇଯାଇଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଓକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଏଜ୍‌ବାଷ୍ଟନ୍‌ରେ ଅଳ୍ପକେ ବିଜୟ ହାତଛଡ଼ା କରିବା ପରେ ଲର୍ଡସ ଲଢ଼େଇରେ ଇଂଲଣ୍ଡକୁ ଭାରତ ପାଣି ପିଆଇବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଆଶା ଆଶାରେ ରହିଗଲା।

Comment