ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ସୋମବାର ଜାମିନ ମିଳିଛି। ତାଙ୍କ ସହ ଅନ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ହାଇକୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି।

ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ସୋମବାର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଜାମିନର ସର୍ତ୍ତ ରଖିବାକୁ ହାଇକୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ବିନୋଦ କୁମାର ଏବେ ଝାରପଡ଼ା ଜେଲରେ ଅଛନ୍ତି। ତାଙ୍କ ସହ ଅନ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ହାଇକୋର୍ଟ ପକ୍ଷରୁ ଜାମିନ୍ ପ୍ରଦାନ କରାଯାଇଛି।

ଗତ ଶୁକ୍ରବାର ଦିନ ବିନୋଦ କୁମାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସର୍ମପଣ କରିଥିଲେ। ଅଭିଯୁକ୍ତ ବିନୋଦ ଓ ପୂର୍ଣ୍ଣଚନ୍ଦ୍ର ଦାସ ଉଭୟଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ଜାମିନ୍‌ ଆବେଦନକୁ ମଧ୍ୟ ଖାରଜ କରାଯାଇଥିଲା। ଏହି ଦଣ୍ଡାଦେଶକୁ ସେ ହାଇକାର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Comment