ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।
ପୁଣି ରାଜ୍ୟରେ ବର୍ଷା ସହ ଝଡ଼ତୋଫାନ ଓ ବଜ୍ରପାତ ଆଶଙ୍କା। ଏଥିପାଇଁ ୧୦ଟି ଜିଲ୍ଲାକୁ ସାବଧାନ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ୱର, ମଯୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଯାଜପୁର ଓ ନୂଆପଡ଼ାକୁ ସତର୍କ ସୂଚନା ଦିଆଯାଇଛି। ବର୍ଷା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସୂଚନା ରହିଛି।
ଗତ କିଛିଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।














