ଓଡ଼ିଶାଲାଇଭ୍ ବ୍ୟୁରୋ

- ପୋଲିସ ପଦକ ଘୋଷଣା
- ବିଭିନ୍ନ ବର୍ଗରୁ ଓଡ଼ିଶାରୁ ୨୯ଜଣ ପୋଲିସ ପାଇବେ ପଦକ
- ପୋଲିସ ମେଡାଲ ଘୋଷଣା କଲା କେନ୍ଦ୍ର ମୃହ ମନ୍ତ୍ରାଳୟ
- ୧୧ଜଣଙ୍କୁ ମିଳିବ ପୋଲିସ ସାହାସିକତା ପଦକ
- ୪ ଜଣ ପୋଲିସଙ୍କୁ ଉଲ୍ଲେଖନୀୟ ସେବା ପଦକ
- ୧୪ଜଣ ପୋଲିସ୍ ପାଇବେ ପ୍ରଶଂସନୀୟ ସେବା ପଦକ
ପୋଲିସ ପଦକ ଘୋଷଣା। ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷର ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରୁ ଓଡ଼ିଶାରୁ୨୯ଜଣ ପୋଲିସ ଏଥର ପାଇବେ ମେଡାଲ। ଓଡ଼ିଶାର ୧୧ଜଣଙ୍କୁ ମିଳିବ ପୋଲିସ ସାହସିକତା ପଦକ। ସେହିପରି ୪ ଜଣ ପୋଲିସଙ୍କୁ ଉଲ୍ଲେଖନୀୟ ସେବା ପଦକ। ୧୪ଜଣ ପୋଲିସଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯିବ।
ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇବେ ସରୋଜ କୁମାର ରଥ ଓ ଶିବରଞ୍ଜନ ମହାନ୍ତି( ଉଭୟ ଅତିରିକ୍ତ ଏସପି, ଇଓଡବ୍ଲ୍ୟୁ, ଭୁବନେଶ୍ୱର), ଏମ.ରାଧାକୃଷ୍ଣ( ଅତିରିକ୍ତ ଏସପି, ଭିଜିଲାନ୍ସ, କଟକ) ଓ ରମେଶ ଚନ୍ଦ୍ର ନାୟକ(ସବ୍ଇନସପକ୍ଟର, ଭିଜିଲାନ୍ସ,କଟକ)।
ସେହିପରି ଚଳିତ ବର୍ଷ ସାହସିକତା ପାଇଁ ଓଡ଼ିଶାର ନିରଞ୍ଜନ ସାହୁ, ଉମେଶ କୁମାର ସିଂହ, ହରିବନ୍ଧୁ ତୀରମାନୀ,ଭୀଷ୍ମ କାରଓ୍ଵାନ, ସାମନ୍ତ ମାଝି, ଅଜୟ ବେହେରା, ଜ୍ୟୋତିକୁମାର କିରୋ, ସୌମ୍ୟରଞ୍ଜନ ଦାଶ, ଧନେଶ୍ୱର ମାଝି ଓ ଭକ୍ତପ୍ରିୟ ସାହୁ ମନୋନୀତ ହୋଇଛନ୍ତି।
ସେହିପରି ଉଲ୍ଲେଖନୀୟ ସେବା ଲାଗି ପୋଲିସ ପଦକ ଲାଗି ଉଦୟ କୁମାର ରଥ, ମୋହନ ପଟେଲ, ଚନ୍ଦ୍ରଶେଖର ପାତ୍ର, ଟଙ୍କଧର ପ୍ରଧାନ, ବିଜୟ କୁମାର ସାହୁ, ରାଧାବିନୋଦ ପାଣିଗ୍ରାହୀ, ଉଦୟ ଭାନୁ ମିଶ୍ର, ବୃନ୍ଦାବନ ଘଡ଼େଇ, ରବୀନ୍ଦ୍ର କୁମାର ପଣ୍ଡା ଓ ମୋହିତ କୁମାର ମଲ୍ଲିକ ମନୋନୀତ ହୋଇଥିବା ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।














