ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପଖଣ୍ଡ ଅନ୍ତର୍ଗତ ମୋରଡ଼ା ନିର୍ବାଚନମଣ୍ଡଳୀର ଶୁଳିଆପଦାଠାରେ ଏକ ସରକାରୀ ପେପରମିଲ ସ୍ଥାପନ ଦାବିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏହି ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ମୟୂରଭଞ୍ଜ ପରି ଏକ ଅନଗ୍ରସର ତଥା ଶିଳ୍ପ ବିହୀନ ଜିଲ୍ଲାରେ ଏହା ପ୍ରତିଷ୍ଠା ହେଲେ ଏହା ସମଗ୍ର ଅଞ୍ଚଳର ଲୋକମାନଙ୍କର ଅର୍ଥନୀତିକୁ ପ୍ରଭାବିତ କରିପାରିବ ବୋଲି ଦାବି କରିଛି ଜେଏମ୍‌ଏମ୍‌।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ଵରେ ଅନୁଷ୍ଠିତ ବିକ୍ଷୋଭରେ ଜିଲ୍ଲାର ପ୍ରମୁଖ ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଥିଲେ।

Comment