ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି।

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୦ ଟଙ୍କାରେ ଆସି ପହଞ୍ଚିଛି।

ମଙ୍ଗଳବାରଦିନ ୧ ଡଲାରର ମୂଲ୍ୟ ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ପ୍ରାୟ ୭୦ ବର୍ଷ ତଳେ ଅର୍ଥାତ ୧୯୪୭ ମସିହାରେ ୧ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ ଟଙ୍କା ସହିତ ବରାବର ଥିଲା। ମାତ୍ର ୭୦ ବର୍ଷ ପରେ ଭାରତୀୟ ଟଙ୍କା ତୁଳନାରେ ଡଲାର ସର୍ବାଧିକ ଉଚ୍ଚତା ଛୁଇଁଛି।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହି ହ୍ରାସ ଦେଖିବାକୁ ମିଳିଛି। ଗତକାଲି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୬୯ ଟଙ୍କା ୯୩ ପଇସାକୁ ହ୍ରାସ ପାଇଥିଲା। ଆଜି ଏହି ମୂଲ୍ୟ ୭୦ ଟଙ୍କା ୦୮ ପଇସାକୁ ହ୍ରାସ ହୋଇଛି।

ଘରୋଇ ବଜାର କାରବାରରେ ମାନ୍ଦାବସ୍ଥା ଏବଂ ବିଶ୍ୱ ବଜାରର ପ୍ରଭାବ କାରଣରୁ ଟଙ୍କାର ଏଭଳି ସ୍ଥିତ ହୋଇଥିବା କୁହାଯାଉଛି। ସୋମବାର ଟଙ୍କାର ମୂଲ୍ୟରେ ୧ଟଙ୍କା ୯ ପଇସା ହ୍ରାସ ହୋଇଥିବା ବେଳେ ଆଜି ସକାଳୁ ସେଥିରେ ୨୩ ପଇସା ସୁଧାର ଆସିଥିଲା।

ତୁର୍କୀର ମୁଦ୍ରା ଲିରାର ବିଶ୍ୱ ବଜାର ବିନିମୟ ମୂଲ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହା ବିଶ୍ୱ ସେୟାର ବଜାରରେ ପ୍ରଭାବ ପକାଇଛି।

ଯଦି ଏହି ଧାରା ଜାରି ରହେ, ତେବେ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Comment