ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଜିଓ ଫୋନ-୨ ବିକ୍ରି। ଜାଣନ୍ତୁ କ’ଣ ରହିଛି ଫିଚର୍‌।

ଅଗଷ୍ଟ ୧୫ରୁ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ଜିଓଫୋନ-୨ର ବିକ୍ରି। ଏହି ଫୋନଟି ମାଇଜିଓ ଆପ ଓ ଜିଓ ଡଟ୍‌ କମରେ ଉପଲବ୍ଧ ହେବ।

ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ ହଙ୍ଗାମା ଅଫର ମାଧ୍ୟମରେ ନିଜର ପୁରୁଣା ଫିଚର ଫୋନ ବଦଳାଇ ୫୦୧ ଟଙ୍କାରେ ମଧ୍ୟ ଏହା ମିଳିପାରିବ।

ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ। ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ। ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ।

ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ। ଜିଓଫୋନ-୨ ରେ ୫୧୨ ଏମବି ର‍୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି।

ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ। ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ।

Comment