ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ୫ଟି ଖୋଲାଯାଇଛି। ଦେଓପ।ଲି ଡ୍ୟାମର ୪ଟି ଏବଂ ମୁରାନ ଡ୍ୟାମର ଗୋଟିଏ ଗେଟ ଖୋଲା ଯାଇଛି।

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳପତ୍ତନ ଶନିବାର ସାନ୍ଧ୍ୟ ସୁଦ୍ଧା ୬୪୦.୧୯  ମିଟର ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୨୦୦ ଘନମିଟର ପାଣି ପ୍ରବେଶ କରୁଥିବାବେଳେ ୧୨୦୦ ଘନମିଟର ଜଳ ନିଷ୍କାସିତ ହେଉଛି।

ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ତେନ୍ତୁଳିଖୁଣ୍ଟି ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ ପ୍ରମୁଖ ଜଳଭଣ୍ଡାରର ଜଳ ନିଷ୍କାସନ ସମୟରେ ଉପସ୍ଥିତ ରହିଥିଲେ। ଇଞ୍ଜିନିୟର ସୋମନାଥ ମହାରଣା, ସୁବାଷ ଚନ୍ଦ୍ର ମିଶ୍ର, ଅରବିନ୍ଦ ଅଲ୍ଲୀ ଓ ଶେଖର ଧଳ ସାମନ୍ତ ପ୍ରମୁଖ ଜଳ ଭଣ୍ଡାରର ଜଳ ପ୍ରବେଶ ଓ ନିଷ୍କାସନ ଉପରେ ନଜର ରଖିଥିଲେ। ତେବେ ଗେଟ ଖୋଲିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି।

Comment