ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଓଡ଼ିଆରେ ଲେଖାଯିବ ନାମଫଳକ। ୧୫ ଦିନ ଭିତରେ ସହରାଞ୍ଚଳାରେ ଥିବା ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନରେ ମଧ୍ୟ ଓଡ଼ିଆରେ ନାମ ଫଳକ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସଚିବାଳୟରେ ଆଜି ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପ୍ରମୁଖ ପ୍ରତିଷ୍ଠାନ, ଡାକ୍ତରଖାନା, ଘରୋଇ ସ୍କୁଲ, ହୋଟେଲ ଆଦିରେ ୩୦ ଦିନ ଭିତରେ ଓଡ଼ିଆରେ ନାମଫଳକ ଲେଖିବାକୁ କୁହାଯାଇଛି।
ବୈଠକରେ ଶ୍ରମ, କର୍ମଚାରୀ ଓ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ମାଥିଭାତିଆନ ପ୍ରମୁଖ ଉପସ୍ଥିତ ଥିଲେ।














