ଓଡ଼ିଶାଲାଇଭ୍ ବ୍ୟୁରୋ

ବୌଦ୍ଧ ଜିଲ୍ଲାରେ ଆଇଆରବିର ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୁଇ ଜଣ ପରୀକ୍ଷାର୍ଥୀ ଗୁରୁତର।
ପୁଣି କନଷ୍ଟେବଳ ନିଯୁକ୍ତି ପାଇଁ ଅନୁଷ୍ଠିତ ଦୌଡ଼ ପ୍ରତିଯୋଗିତାବେଳେ ଅଘଟଣ। ଶାରୀରିକ ଦକ୍ଷତା ପ୍ରମାଣ ପାଇଁ ଅନୁଷ୍ଠିତ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ସମୟରେ ୩ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବୌଦ୍ଧ ଜିଲ୍ଲା ରିଜର୍ଭ ପୋଲିସ ଲାଇନ୍ଠାରେ ଆଇଆରବି ୫ମ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ଅନୁଷ୍ଠିତ ଶାରୀରିକ ଦକ୍ଷତା ପରୀକ୍ଷା ଚାଲିଥିଲା।
ମଙ୍ଗଳବାର ସକାଳୁ ନିଯୁକ୍ତି ପରୀକ୍ଷାର ୫ କିଲୋମିଟର ଦୌଡ ପରୀକ୍ଷା ହୋଇଥିଲା। ତେବେ ଦୌଡିବା ସମୟରେ ୨୦୦ କିମି ବାକି ଥିବା ସମୟରେ ୩ ଜଣ ପରୀକ୍ଷାର୍ଥୀ ପଡ଼ିଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧିନ ଅବସ୍ଥାରେ ନୟାଗଡ ଜିଲା ସୋରଡା ଗ୍ରାମର ପ୍ରବାସୀ ନାୟକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଢେଙ୍କାନାଳ ଜିଲ୍ଲା ଗେଲେଇ କୁଟୁଣୀ ଗ୍ରାମର କୁନା ନାୟକ ଓ ବୌଦ୍ଧ ଜିଲ୍ଲା କରଡି ଗ୍ରାମର ପ୍ରଭାତ କୁମାର ସାହୁ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି। ତେବେ ଚିକିତ୍ସାଧୀନ ଯୁବକମାନେ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି।
କିଛିଦିନ ତଳେ କଟକ ଓଏ୍ଏପି ବାଟାଲିୟନରେ ପୋଲିସ କନଷ୍ଟେବଳ ଚାକିରୀ ପାଇଁ ଥିବା ଦୌଡ଼ ପ୍ରତିଯୋଗିତାରେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁର ଅଞ୍ଚଳର ରମେଶ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା।














