ଓଡ଼ିଶାଲାଇଭ୍ ବ୍ୟୁରୋ
ଫସଲ ଉଜୁଡି ଯିବାରୁ ଜଣେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ଜଣେ ଚାଷୀ।
ପୁଣି ଚାଷୀ ଆତ୍ମହତ୍ୟା। ଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ର ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ଫସଲ ନଷ୍ଟ ସହିତ ଋଣ ଭାର ଯୋଗୁଁ ମାନସିକ ଅଶାନ୍ତିରେ ଥିବା ଚାଷୀଜଣକ ଗତକାଲି ରାତିରେ କୀଟନାଶକ ଖାଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ବୁଧବାର ଦିନ ସକାଳେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମୃତକଙ୍କ ନାମ ଲଳିତ ବାରିକ। ଲଳିତଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଦାବି କରି ତାଙ୍କ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି।
ଲଳିତ କିଛି ଟଙ୍କା ଋଣ ଆଣି ଚାଷ କରିଥିଲେ। ଲଗାଣ ବର୍ଷା କାରଣରୁ ତାଙ୍କର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଫସଲ ଉଜୁଡ଼ି ଯିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ।