ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବଇର ପାରେଲ୍ଅଞ୍ଚଳରେ ଥିବା କ୍ରିଷ୍ଟାଲ୍ଟାଓ୍ଵାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ମୁମ୍ବଇର ପରେଲ ଅଞ୍ଚଳର ହିନ୍ଦମାତା ସିନେମା ହଲ ନିକଟରେ ଥିବା କ୍ରିଷ୍ଟାଲ ଟାୱାରରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ବୁଧବାରଦିନ ସକାଳ ୮.୩୨ ମିନିଟ୍‌ ସମୟରେ କ୍ରିଷ୍ଟାଲ ଟାଓ୍ଵାର୍‌ରେ ନିଆଁ ଲାଗିଥିଲା। ଦମକଳ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ୮ଟା ୪୦ ମିନିଟ୍‌ରେ ପହଞ୍ଚିଥିଲେ। ୧୬ ଜଣ ଲୋକଙ୍କୁ କ୍ରେନ୍‌ ଯୋଗେ ଉଦ୍ଧାର କରାଯାଇ କେଇଏମ୍‌ ଏବଂ ଗ୍ଲୋବାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଛି। ୨୦ଟିରୁ ଅଧିକ ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

୧୨ ମହଲା  ବିଶିଷ୍ଟ ଏହି କ୍ରିଷ୍ଟାଲ ଟାୱାରରୁ କ୍ରେନ ସାହାଯ୍ୟ​ରେ ଲୋକଙ୍କୁ ଉଦ୍ଧାର କରାଯାଉଛି। କ୍ରିଷ୍ଟାଲ ଟାୱାରର ଦଶମ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Comment