ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କ ଜାମିନ ଆବେଦନର ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଡବଲ୍ ଝଟକା। ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନର ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ।

ମେଡିକାଲ୍‌ ଗ୍ରାଉଣ୍ଡ୍‌ରେ ଆଉ ତିନି ମାସ ଜାମିନ ଆବେଦନ ବଢ଼ାଇବାକୁ ଲାଲୁ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ।

ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଦିନ ଝାଡ଼ଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାରଦିନ ଝାଡ଼ଖଣ୍ଡ ହାଇକୋର୍ଟରେ ଶୁଣାଣି ବେଳେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ଲାଲୁ ବାରମ୍ବାର ଶରୀର ଅସୁସ୍ଥ ନାଁରେ ଜାମିନର ପାଇଦା ଉଠାଇ ଘରକୁ ଯାଉଛନ୍ତି।

ଏହାସହ ଶୁକ୍ରବାର ଦିନ ଲାଲୁଙ୍କୁ ଆଉ ଏକ ଝଟକା ମଧ୍ୟ ଲାଗିଛି।  ‘ଇଣ୍ଡିଆନ୍‌ ରେଲୱେ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌’ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି ଇଡି।

ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେବା ପରେ ଡିସେମ୍ବର ୨୩, ୨୦୧୭ରୁ ଲାଲୁ ପ୍ରସାଦ ଯାଦବ ରାଞ୍ଚିର ବିର୍ଶା ମୁଣ୍ଡା ଜେଲରେ ଅଛନ୍ତି। ଲାଲୁଙ୍କ ଶରୀର ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ ରାଞ୍ଚି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ଲାଲୁଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା କରାଯାଉଥିଲା। ପାଖାପାଖି ଏକ ମାସ ଧରି ସେଠାରେ ଚିକିତ୍ସିତ ହେବା ପରେ ଗତ ୩୦ ଏପ୍ରିଲରେ ଡିସଚାର୍ଜ କରିଦିଆଯାଇଥିଲା।

ପରେ ପୁଅ ବାହାଘର ପାଇଁ ଲାଲୁ ଜାମିନରେ ଆସିଥିଲେ। ସେବେଠୁ ଶରୀର ଅସୁସ୍ଥ ଦର୍ଶାଇ ବାରମ୍ବାର ଜାମିନ ଆବେଦନ କରୁଥିଲେ ଲାଲୁ। ଯାହାକୁ ଖାରଜ କରିଦେଇଛନ୍ତି କୋର୍ଟ।

Comment