ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ଗୁଜୁରାଟର ସୁରତ ସହରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ନବୀନ।
ସୁରତରେ ଲକ୍ଷ ଲକ୍ଷ ଓଡ଼ିଆ ବାସ କରୁଛନ୍ତି। ଓଡ଼ିଶାରୁ ସୁରତକୁ ଯିବା ପାଇଁ ସିଧାସଳଖ ବିମାନ ସେବା ନାହିଁ। ଫଳରେ ଓଡ଼ିଆମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ତୁରନ୍ତ ଏୟାର ଇଣ୍ଡିଆ କିମ୍ବା ଘାରୋଇ ବିମାନ ସେବା ପକ୍ଷରୁ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି।














