ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆ ଜାକର୍ତ୍ତାରେ ଚାଲିଥିବା ୧୮ତମ ଏସିଆନ୍‌ ଗେମ୍ସରେ ସ୍ଵର୍ଣ୍ଣ ପଦକର ପ୍ରମୁଖ ଦାବିଦାର ବ୍ୟାଡମିଣ୍ଟନ କୁଇନ୍ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ଫଳରେ ସାଇନାଙ୍କୁ ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେମିଫାଇନାଲରେ ସାଇନା ବିଶ୍ଵର ନଂ ବ୍ୟାଡମିଣ୍ଟନ ଖେଳାଳି ଚୀତ ତାଇପେର ତାଇ ଜୁ ଇଙ୍ଗଙ୍କଠାରୁ୨୧-୧୭, ୨୧-୧୪ ସେଟରେ ପରାସ୍ତ ହୋଇଛନ୍ତି। ଇଙ୍ଗଙ୍କଠାରୁ ସାଇନା ଲଗାତାର ୧୦ମ ଥର ପାଇଁ ହାରିଛନ୍ତି।

ଅନ୍ୟପକ୍ଷରେ ଅନ୍ୟତମ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି। ୭ଟି ସ୍ଵର୍ଣ୍ଣ, ୧୦ଟି ରୌପ୍ୟ, ୨୦ଟି ବ୍ରୋଞ୍ଚ ପଦକ ସହ ଭାରତର ମୋଟ ପଦକ ସଂଖ୍ୟା ୩୭ରେ ପହଞ୍ଚିଛି।

Comment