ଓଡ଼ିଶାଲାଇଭ୍‌ ବ୍ୟୁରୋ

୮୦୦ ମିଟରେ ଦୌଡ଼ରେ ଭାରତର ମନଜୀତ ସିଂହ ସ୍ଵର୍ଣ୍ଣ ଓ ଜିନସନ ଜନସନ ରୌପ୍ୟ ପଦକ ଜିତିଛନ୍ତି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ଭାରତକୁ ପୁଣି ସ୍ଵର୍ଣ୍ଣ।  ୮୦୦ ମିଟରେ ଦୌଡ଼ରେ ଭାରତର ମନଜୀତ ସିଂହ ଜିତିଲେ ସ୍ଵର୍ଣ୍ଣ  ଜିତିଛନ୍ତି। ଫଳରେ ଭାରତର ସ୍ଵର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି।

ଏହି ବିଭାଗରେ ଭାରତର ଅନ୍ୟତମ ଖେଳାଳି ଜିନସନ ଜନସନ ରୌପ୍ୟ ପଦକ ଜିତିଛନ୍ତି। ମନଜିତ୍ ୪୬.୧୫ ସେକେଣ୍ଡରେ ୮୦୦ ମିଟରେ ଦୌଡ଼ ପୂରା କରିଥିବାବେଳେ ଜନସନ ୪୬.୩୫ ସେକେଣ୍ଡ୍ ନେଇ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ।

୧୯୬୨ ମସିହାରେ ପରେ ପ୍ରଥମଥର ପାଇଁ ଭାରତ ଏହି ବିଭାଗରେ ଉଭୟ ସ୍ଵର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା।

୯ଟି ସ୍ଵର୍ଣ୍ଣ, ୧୭ ରୌପ୍ୟ ଓ ୨୧ଟି ବ୍ରୋଞ୍ଚ ସହ ଭାରତର ମୋଟ ପଦକ ସଂଖ୍ୟା ୪୭ରେ ପହଞ୍ଚିଛି।

Comment