ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ଵତନ୍ତ୍ର ରିଲିଫ୍ କମିଶନର। ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ୨୫ଟି ଗେଟ୍ ଖୋଲାଯିବାକୁ ଥିବାବେଳେ ମହାନଦୀ ଅବହାହିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଜିଲ୍ଲାପାଳମାନେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ।

ଆଜି ହୀରାକୁଦରେ ୨୫ଟି ଗେଟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୫ଟି ଗେଟ ଦେଇ ୪ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବ। ଗୁରୁବାର ଦିନ ମୁଣ୍ଡୁଳି ଦେଇ ୮ ଲକ୍ଷ କୟୁସେକ୍ ଜଳ ପ୍ରଭାବିତ ହୋଇପାରେ। ତେଣୁ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଏଥିପାଇଁ ଏନଡିଆଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗୁ ସଜାଗ ରହିବା ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comment