ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆନ ଗେମ୍ସରେ ଭାରତକୁ ୧୦ମ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି ଅର୍ପିନ୍ଦର ସିଂହ। ଟ୍ରିପଲ୍ ଜମ୍ପରେ ଅର୍ପିନ୍ଦର ଏହି ସଫଳତା ଅର୍ଜନ କରିଛନ୍ତି।

ଅର୍ପିନ୍ଦର ୧୬.୭୭ ମିଟର ଜମ୍ପ୍ କରି ସ୍ଵର୍ଣ୍ଣ ପଦକ ହାତେଇଛନ୍ତି। ଉଜବେକିସ୍ତାନର ରୁଶଲାନ କୁର୍ବାନୋଭ ୧୬.୬୨ ଜମ୍ପ୍ କରି ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି।

୧୦ଟି ସ୍ଵର୍ଣ୍ଣ, ୨୦ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଚ ସହ ଭାରତର ମୋଟ ୫୩ଟି ପଦକ ଜିତି ପଦକ ତାଲିକାର ନବମ ସ୍ଥାନରେ ରହିଛି।

Comment