ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: ମହାନଦୀ ବନ୍ୟାଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପଦ୍ମାବତୀ ଗାଁର ଫକିର ଚରଣ ସାହୁ (୭୮)। ତାଙ୍କ ମୃତ ଦେହ ଆଜି ଉଦ୍ଧାର କରାଯାଇଛି। ରବିବାର ଅପରାହ୍ନରେ ଫକିର ମହାନଦୀକୁ ଶୌଚ ହେବାକୁ ଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକଙ୍କ ସହ ଗାଁର ଶତାଧିକ ଲୋକେ ମହାନଦୀ କୂଳରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା।

ଆଜି ସନ୍ଧ୍ୟାରେ  ବୃଦ୍ଧ ଫକିର ଚରଣଙ୍କ ମୃତ ଦେହ ଗାଁ ବାଲୁଙ୍କେଶ୍ୱରଦେବଙ୍କ ମନ୍ଦିର ନିକଟସ୍ଥ ମହାନଦୀ ଜଳରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏନେଇ ଫତେଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ମୃତ ଫକିର ଚରଣ ସାହୁ ଭାପୁର ବ୍ଲକର ଜଣେ ଲୋକପ୍ରିୟ ଜଳଖିଆ ଦୋକାନି ଭାବେ ସମସ୍ତଙ୍କର ଜଣାସୁଣା ଥିଲେ। ତାଙ୍କ ମୃତ୍ୟୁୟରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୃତକ ପରିବାରକୁ ସରକାରଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଲୋକେ ଦାବି କରିଛନ୍ତି।

Comment