ଓଡ଼ିଶାଲାଇଭ୍ ବ୍ୟୁରୋ

  • ନବୀନଙ୍କୁ ଧମକପୂର୍ଣ୍ଣ ଚିଠି
  • ୫୦ କୋଟି ଟଙ୍କା ଦାବି

ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଯାହାକୁ ନେଇ ଛତିଶଗଡ଼ ପୋଲିସ ଜୋରସୋରରେ ତନାଘନା ଚଲାଇଛି। ଛତିଶଗଡ ବିଳାସପୁର ଜେଲରେ ଥିବା ଜଣେ କଏଦୀ ଧମକପୂର୍ଣ୍ଣ ଚିଠି ମାଧ୍ୟମରେ ଏହି ଧମକ ଦେଇଥିଲା।। କଏଦୀ ଜଣଙ୍କର ନାମ ପୁଷ୍ପେନ୍ଦ୍ର ନାଥ ଚୌହାନ। ତାଙ୍କ ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି।

କଏଦୀ ଜଣକ କୋର୍ଟରେ ହାଜର ହେବାକୁ ଆସିଥିବାବେଳେ ଚିଠି ପଠାଇଥିଲା। ଚିଠି ମାଧ୍ୟମରେ ସେ ନବୀନଙ୍କୁ ହତ୍ୟା ଧମକ ଦେବା ସହ ୫୦ କୋଟି ଟଙ୍କା ମଧ୍ୟ ଦାବି କରିଥିଲା। ଏହାପରେ ସେ କଏଦୀଟି ଚର୍ଚ୍ଚା ପରିସରକୁ ଆସିଥିଲା।

ଏହି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବିଳାସପୁର ପୋଲିସଙ୍କ କହିବାନୁସାରେ, ଉକ୍ତ କଏଦୀ ଜଣକ ହେଉଛନ୍ତି ମାନସିକ ବିକାରଗ୍ରସ୍ତ। ଏହାବ୍ୟତୀତ ସେ ପୂର୍ବରୁ ଜଣେ ଜିଲ୍ଲାପାଳଙ୍କୁ ମଧ୍ୟ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିଲେ ବୋଲି ପୋଲିସ କହିଛି।

ଉକ୍ତ କଏଦୀ ଡକାୟତି ଭଳି ବହୁ ଅପରାଧୀ ମାମଲାରେ ଗିରଫ ହୋଇଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହାଛଡ଼ା ପୁଷ୍ପେନ୍ଦ୍ର ଲୋକଙ୍କର ଆକର୍ଷଣର କେନ୍ଦ୍ର ହେବାପାଇଁ ଏପରି କରୁଥିବାର ବୋଲି କୁହାଯାଇଛି। ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ହେବାପରେ ଗୁଇନ୍ଦା ବିଭାଗ ଛତିଶଗଡ ଏସପିଙ୍କ ସହ ଯୋଗାଯୋଗ କରିଥିଲା।

LEAVE A REPLY

Please enter your comment!
Please enter your name here