ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣ ଆଗରୁ ଭିନ୍ନ ଭିନ୍ନ ପ୍ରକାରର ଛତା ଦେଖିଥିବେ। ହେଲେ କେବେ ‘ସ୍ମାର୍ଟ ଛତା’ ବିଷୟରେ ଶୁଣୁଛନ୍ତି। ଆସନ୍ତୁ ଜାଣିବା ଏହି ‘ସ୍ମାର୍ଟ ଛତା’ ବିଷୟରେ।

ସାମସଙ୍ଗ୍‌ର ପୂର୍ବତନ ଇଞ୍ଜିନିୟର ଜୋନସ୍ ନିକଟରେ ଏକ ‘ସ୍ମାର୍ଟ ଛତା’ ନିର୍ମାଣ କରିଛନ୍ତି। ଯାହାର ନାମ ‘ଓପସ୍‌ ୱାନ୍‌’ ରଖାଯାଇଛି। ଏହି ଛତାରେ ପାଣିପାଗ ସମ୍ପର୍କରେ ସୂଚନା ଦେବାର କ୍ଷମତା ରହିଛି। ଓପସ୍‌ ୱାନ୍‌ ସାହାଯ୍ୟରେ ବ୍ୟବହାରକାରୀମାନେ ପାଣିପାଗ ସମ୍ପର୍କରେ ଅବଗତ ହୋଇପାରିବେ।

ଏହି ଛତା ଧରି ଘରୁ ବାହରିବା ସମୟରେ ଓପସ୍‌ ୱାନ୍‌ ଜରିଆରେ ଆପଣ ପାଣିପାଗ ସମ୍ପର୍କରେ ଜାଣିବା ସହ ବର୍ଷା ହେବ କି ନାହିଁ ସେ ବିଷୟରେ ମଧ୍ୟ ଜାଣିପାରିବେ। ଏହାବ୍ୟତୀତ ଏହି ଛତା, ସ୍ମାର୍ଟଫୋନ୍ ସହିତ ମଧ୍ୟ ସଂଯୁକ୍ତ ହୋଇପାରିବ।

ଆପ୍‌ ଜରିଆରେ ସ୍ମାର୍ଟଫୋନ୍‌ ସହିତ ସଂଯୁକ୍ତ ହୋଇଥିବା ଏହି ଛତା ସ୍ମାର୍ଟଫୋନ୍‌ର ନୋଟିଫିକେସନ୍‌ ସମ୍ପର୍କରେ ମଧ୍ୟ ଆପଣଙ୍କୁ ସୂଚିତ କରିଦେବ। ଏହାଛଡ଼ା ଫୋନ୍‌କୁ ଆସୁଥିବା ସମସ୍ତ କଲ୍‌ ଓ ମେସେଜ୍‌ ସମ୍ପର୍କୀୟ ସୂଚନା ଦେବାର ସୁବିଧା ମଧ୍ୟ ଏହି ସ୍ମାର୍ଟ ଛତାରେ ଖଞ୍ଜାଯାଇଛି।

ଏହି ଛତାରେ ଏକ ବ୍ୟାଟେରି ସଂଯୋଗ କରାଯାଇଛି। ଏହି ଛତାକୁ ବ୍ୟବହାର କରୁଥିବା ଲୋକ ଯଦି କୌଣସିଠାରେ ଏହାକୁ ଛାଡ଼ି ପଲାଇ ଆସନ୍ତି, ତେବେ ବ୍ଲୁଟୁଥ୍ ଜରିଆରେ ସୂଚନା ମିଳିଯିବ କି ଏହା କେଉଁଠାରେ ଅଛି।

ଏହାପରେ ବ୍ୟବହାରକାରୀ ଛତା ଛାଡିଥିବା ସ୍ଥାନ ଜାଣି ପାରିବେ ଏବଂ ସ୍ମାର୍ଟ ଛତାକୁ ପୁଣିଥରେ ପାଇପାରିବେ। ଏହି ସ୍କାର୍ଟ ଛତା ଏବେ ଜାପାନ ଓ କେରଳରେ ବ୍ୟବହୃତ ହେଉଛି। ଧୀରେ ଧୀରେ ଏହା ସମଗ୍ର ଦେଶକୁ ଆସିଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Comment