ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ପରଦାକୁ ଫେରିବେ କପିଲ ଶର୍ମା। ଗୋଟିଏ ମଞ୍ଚରେ ଦେଖାଯିବେ ତିନି ଲୋକପ୍ରିୟ କମେଡ଼ିଆନ୍।

ସୋନି ଟିଭି ଚ୍ୟାନେଲର ବେଶ୍ ଲୋକପ୍ରିୟ ରିଆଲିଟି ଶୋ’ ମାଧ୍ୟମରେ ଦର୍ଶକଙ୍କୁ ହସାଉଥିଲେ କମେଡି କିଙ୍ଗ୍ କପିଲ୍ ଶର୍ମା।

ବିଗତ କିଛି ଦିନରୁ ଟେଲିଭିଜନରୁ ଦୂରରେ ହୋଇଯାଇଥିବା କପିଲ୍ ପୁଣିଥରେ କମବ୍ୟାକ୍ କରୁଛନ୍ତି। ତାଙ୍କର ଶେଷ ଶୋ’ ଥିଲା “ଫ୍ୟାମିଲି ଟାଇମ୍ ଉଇଥ୍ କପିଲ୍ ଶର୍ମା”।

ଏହି ଶୋ’ଟି ତା’ର ତିନୋଟି ଏପିସୋଡ୍ ପରେ ବନ୍ଦ ହୋଇଯାଇଥିଲା। କିନ୍ତୁ ବର୍ତ୍ତମାନ କପିଲ୍ ପୁଣିଥରେ ନିଜର ଯାଦୁ ଦର୍ଶକଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଶ୍ଚର୍ଯ୍ୟର କଥା ଯେ, ଏଥର ସେ ତାଙ୍କର ପ୍ରତିଦ୍ୱନ୍ଦୀ କୃଷ୍ଣାଙ୍କ ସହ ଗୋଟିଏ ମଞ୍ଚରେ ହିଁ ନଜର ଆସିବେ।

ଖାଲି ସେତିକି ନୁହେଁ, ତାଙ୍କ ସହ ନଜର ଆସିବେ ଲାଫ୍ଟର କୁଇନ୍ ଭାରତୀ। ତେବେ ଦେଖିବାକୁ ବାକି ରହିଲା ଏହି ତିନି ଜଣ ଲୋକପ୍ରିୟ କମେଡ଼ିଆନର କମେଡି ଦର୍ଶକଙ୍କର ମନକୁ ଛୁଇଁ ପାରୁଛି ନା ନାହିଁ।

LEAVE A REPLY

Please enter your comment!
Please enter your name here