ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା ହେଲେ କମେଡି କିଙ୍ଗ କପିଲ ଶର୍ମା। ସୋମବାର ବିଳମ୍ବିତ ରାତିରେ ତାଙ୍କ ପତ୍ନୀ ଗିନି ଚତରଥ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। କପିଲ ଶର୍ମା ଏ ଖୁସି ଖବର ଟୁଇଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି।

ଏଥସହ ବିଲଉଡ ଓ ଟିଭି ଜଗତର ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ କପିଲଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

କପିଲ ୨୦୧୮, ଡିସେମ୍ବର ୧୨ରେ ଗିନିଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଥିଲା। ତାଙ୍କ ବିବାହରେ ହିନ୍ଦୀ ସିରିଏଲ ଷ୍ଟାର, ବଲିଉଡ ଏବଂ ଅନେକ ପଞ୍ଜାବୀ ଷ୍ଟାର ସାମିଲ ହୋଇଥିଲେ।

Comment