ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷ ୨୦୧୮ରେ ବଲିଉଡର ଅନେକ ନାମୀଦାମୀ ଷ୍ଟାର ହାତକୁ ଦୁଇ ହାତ ହୋଇଥିଲେ। ଏହି ତାଲିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ରଣବୀର ସିଂହ, ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନ୍ସ, କପିଲ ଶର୍ମା ଓ ଗିନିଙ୍କ ନାଁ ରହିଛି। ଏହି ସେଲିବ୍ରେଟିମାନେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଚଳିତ ବର୍ଷ ପ୍ରଥମ ଥର ଲାଗି ଅକ୍ଟେବାର ୧୭ରେ ‘କର୍‌ବା ଚୌଥ୍‌’ ପାଳନ କରିବେ।

ଆସନ୍ତୁ ଥରେ ନଜର ପକାଇବା ଏହି ନବଦମ୍ପତ୍ତି ସେଲିବ୍ରିଟିଙ୍କ ଉପରେ…

ରଣବୀର-ଦୀପିକା

ଅନେକ ଦିନ ପରସ୍ପରକୁ ଡେଟ୍‌ କରିବା ପରେ ଶେଷରେ ୨୦୧୮ ନଭେମ୍ବରରେ ଦୀପିକା ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଇଟାଲୀର ଲେକ୍ କୋମୋସ୍ଥିତ ଡେଲ୍ ବାଲବିୟାନେଲୋରେ ତାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ଦୀପିକା ପ୍ରଥମ ଥର ପାଇଁ ତାଙ୍କ ସ୍ୱାମୀଙ୍କ ପାଇଁ ‘କର୍‌ବା ଚୌଥ୍‌’ ପାଳିବେ।

ପ୍ରିୟଙ୍କା -ନିକ୍‌ ଜୋନ୍ସ

ଡିସେମ୍ବର ୧ ଏବଂ ୨ରେ ପ୍ରିୟଙ୍କା ଓ ନିକ୍ ରାଜସ୍ଥାନର ଯୋଧପୁରସ୍ଥିତ ଉମେଦ ଭବନରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାରର ଫ୍ୟାମିଲି ଫ୍ରେଣ୍ଡସମାନେ ସାମିଲ ହୋଇଥିଲେ। ବିବାହ ପରେ ପ୍ରିୟଙ୍କା ପାଇଁ ଏହା ପ୍ରଥମ ‘କର୍‌ବା ଚୌଥ’।

କପିଲ-ଗିନି

୨୦୧୮ ଡିସେମ୍ବର ମାସରେ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିଥିଲେ ଅଭିନେତା କପିଲ ଶର୍ମା। ଗର୍ଲଫ୍ରେଣ୍ଡ ଗିନ୍ନିଙ୍କ ହୋମଟାଉନ ପଞ୍ଜାବର ଜଳନ୍ଧର ସହରରେ ତାଙ୍କ ବିବାହ ହୋଇଥିଲା। କପିଲଙ୍କ ପତ୍ନୀ ଗିନି ଚତରଥଙ୍କ ଏହା ହେଉଛି ପ୍ରଥମ କର୍‌ବା ଚୌଥ। ଏଥିଲାଗି ଏବେଠୁ ଏହି ନବଦମ୍ପତ୍ତି ପ୍ରସ୍ତୁତ ହେଉଛନ୍ତି।

Comment