ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଏବିପି ନ୍ୟୁଜ୍‌ ସି-ଭୋଟର ସର୍ଭେ ଅନୁସାରେ ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପିକୁ ୧୩ ଓ ବିଜେଡିକୁ ୬ଟି ଆସନ ମିଳିବ।

ଦେଶରେ ନିର୍ବାଚନୀ ବିଗୁଲ ବାଜିବା ପରେ କିଏ ଜିତିବ କିଏ ହାରିବ ସେ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମ ଅଙ୍କ କଷୁଛନ୍ତି। ନିକଟରେ ଏବିପି ନ୍ୟୁଜ୍‌ର ସି-ଭୋଟର ‘ଦେଶ କା ମୁଡ୍‌’ ସର୍ଭେ ଭବିଷ୍ୟବାଣୀ କରିଛି। ସର୍ଭେ ମୂତାବିକ ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାରର ବଡ଼ ଜିତ୍‌ ହେବ।

ସର୍ଭେରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୩ଟି ଓ ବିଜେଡି ୬ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ସେହିପରି କଂଗ୍ରେସ ଓ ଅନ୍ୟାନ୍ୟ ଦଳକୁ ଓଡ଼ିଶାରେ ମାତ୍ର ୨ଟି ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଏବିପି ନ୍ୟୁଜ୍‌ର ସି-ଭୋଟର ସର୍ଭେ ମୂତାବିକ, ସାରା ଦେଶରେ ମୋଟ ୫୪୩ ଲୋକସଭା ଆସନରୁ ଏନ୍‌ଡିଏ ସରକାର ୨୭୬ ଆସନରେ ଜିତିବା ଅନୁମାନ କରାଯାଇଛି।

Comment