ଓଡ଼ିଶାଲାଇଭ୍ ବ୍ୟୁରୋ

  • ଘଡ଼ଘଡ଼ି, ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା
  • ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି
  • କଟକ ଓ ଭୁବନେଶ୍ବର ସହରରେ ବି ପ୍ରବଳ ବର୍ଷା ସମ୍ଭାବନା
  • ବାହାରିବାକୁ ନ ଯିବା ପାଇଁ ପରାମର୍ଶ  

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ କେନ୍ଦ୍ରୀଭୂତ ହେବାକୁ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା ସକାଳ ୧୦ଟା ୩୦ ଯାଏଁ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ବୋଲି ସୂଚନା ମଧ୍ୟ ଦେଇଥିଲେ। ଆଜି ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଖୁବ୍ ଅଧିକ ରହିଛି।

ଖାସ୍‌କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ଢେଙ୍କାନାଳ, ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ବଲାଙ୍ଗିର ଆଦି ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଏହାଛଡ଼ା ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

କଟକ ଓ ଭୁବନେଶ୍ୱର ସହରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା। ଜିଲ୍ଲାର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛନ୍ତି। ଅବପାତର ରୂପ ନେଲା ୱେଲମାର୍କ ଲୋ ପ୍ରେସର। ସାରା ରାଜ୍ୟରେ ପାଗ କୋହଲା ରହିବା ସହ ବର୍ଷା ହେବ। ଏହାଛଡ଼ା ବିଏମ୍‌ସି ବି ଆଲର୍ଟ ଜାରି କରିଛି। ପାରାଦୀପରେ ସର୍ବାଧିକ ୪୧୨ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

ସେଥିପାଇଁ ସତର୍କ ରହିବାକୁ ୧୭ଟି ଜିଲ୍ଲାକୁ ସତର୍କବାଣୀ ଜାରି କରାଯାଇଛି। ଏହାବ୍ୟତୀତ ଜିଲ୍ଲାବାସିନ୍ଦାଙ୍କୁ ସତର୍କ କରାଇବା ସହ ସେହି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଦିନକୁ ଦିନ ଲଘୁଚାପର ମାତ୍ରା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକାଂଶ ନଦୀର ସ୍ତର ବଢ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ଏହା ବନ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି।

Comment