ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାତି ୧୧ଟାରୁ ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର। ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ବିମାନ ବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବାତ୍ୟା ବେଳେ ବିମାନ ଚଳାଚଳରେ ଅସୁବିଧା ହେବ। ତେଣୁ ବାତ୍ୟା ପୂର୍ବରୁ ସବୁ ବିମାନକୁ ଟର୍ମିନାଲରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ରାତି ସୁଦ୍ଧା ପାଇଲଟ୍‌ମାନେ ବିମାନ ଲ୍ୟାଣ୍ଡ କରାଇବେ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।ଅତି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ୟାସ୍ ଏବେ ପାରାଦୀପଠାରୁ ୧୬୦ କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ଏହା ଏବେ ୨୫୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ହେଲା ସମୁଦ୍ର ଭିତରେ ୟାସ୍ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି।

କାଲି ଭୋର୍ ସାଢ଼େ ୫ଟାରେ ଧାମରାଠାରୁ ୩୦ କିମି ଦୂର ସମୁଦ୍ରରେ କେନ୍ଦ୍ରୀଭୁତ ହେବ ବାତ୍ୟା। ଏହାପରେ ଦ୍ଵିପହର ବେଳକୁ ଧାମରା ଓ ବାଲେଶ୍ଵର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment