ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ଝିଅ କିମ୍ବା ପୁଅର ଜନ୍ମଦିନକୁ ବାପା, ମା’ମାନେ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି। କିନ୍ତୁ ଏମିତି କିଛି ବାପା ଅଛନ୍ତି ଯିଏ ନିଜ ଝିଅ ଜନ୍ମ ଦିନରେ ପରିବେଶ ସୁରକ୍ଷା ଏବଂ ସଚେତନତାର ବାର୍ତ୍ତା ବଣ୍ଟିଛନ୍ତି। ନିଜ ଝିଅ ଜନ୍ମ ଦିନରେ ଚାରା ବଣ୍ଟନ କରି ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଉଦାହରଣ ସୃଷ୍ଟି କରିଛନ୍ତି।

କରପଡ଼ା ଗ୍ରାମରେ ଝିଅ ଲିପାଂଶୀର ପ୍ରଥମ ଜନ୍ମଦିନ ପାଳନ ଅବସରରେ ପ୍ରଶାନ୍ତ ସ୍ଥାନୀୟ ଲୋକଙ୍କୁ ୧ ହଜାର ଚାରା ବଣ୍ଟନ କରିଛନ୍ତି। ଚାରା ରୋପଣ କରିବା ସହ ଏହାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଛନ୍ତି। ପ୍ରଶାନ୍ତଙ୍କ ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।

ସମାଜସେବୀ ଉମାକାନ୍ତ ବେହେରା, ଦିଗଦର୍ଶନ ୟୁଥ କ୍ଲବ ସଭାପତି ବିଜୟଲକ୍ଷ୍ମୀ ମହାକୁଡ଼, ୟୁଥ ଫର ଭିଲେଜ ସଭାପତି  ପୂର୍ଣ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ଦୀପକ କୁମାର ସାହୁ ପ୍ରମୁଖ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comment