ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌। ହକି ମହାସମର ଡିସେମ୍ବର ୧୬ ଯାଏଁ ଚାଲିବ। ୧୬ଟି ଦେଶ ଏହି ମହାସମରରେ ସାମିଲ ହେବେ। ଏହି ବିଶ୍ୱକପ୍‌କୁ କିପରି ସୁରୁଖରୁରେ ପରିଚାଳନା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଛି।

ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କଳିଙ୍ଗ ଷ୍ଟାଡିୟମକୁ ଦୁଇଟି ଡ୍ରୋନ୍ କ୍ୟାମେରା ଜଗିବ। ଓଡ଼ିଶା ପୋଲିସ ଏହି ଡ୍ରୋନ କ୍ୟାମେରା କିଣିବ।

ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି, “ତିନୋଟି ଡ୍ରୋନ କ୍ୟାମେରା କିଣିବ ଓଡ଼ିଶା ପୋଲିସ। ଦୁଇଟି ହକି ବିଶ୍ୱକପ୍‌ ପାଇଁ ବ୍ୟବହାର କରାଯିବ। ଆଉ ଗୋଟିଏ ମାଲକାନଗିରି ଗୁରୁପ୍ରିୟା ସେତୁ ଉପରେ ନଜର ରଖିବ।”

ହକି ବିଶ୍ୱକପ୍‌ ଆରମ୍ଭରୁ ଶେଷ ଯାଏଁ ଏହି ଡ୍ରୋନ୍ କ୍ୟାମେରା ନଜର ରଖିବ। ଷ୍ଟାଡିୟମ ଭିତରେ ଏବଂ ବାହାର ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା।

Comment