ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।

ବର୍ଗର

ରାତିରେ ବର୍ଗର ଖାଇଲେ ତାହା ପେଟରେ ଏସିଡ୍ ଉତ୍ପନ୍ନ କରିଥାଏ। ଏଥିପାଇଁ ଛାତି ପୋଡ଼ାଜଳା ହୁଏ।

ଇଟାଲିଅନ୍ ଖାଦ୍ୟ

ଇଟାଲିଅନ୍ ଖାଦ୍ୟକୁ କେବେହେଲେ ରାତ୍ରି ଭୋଜନରେ ସାମିଲ କରନ୍ତୁ ନାହିଁ। କାରଣ ଏହା ଓଜନ ବୃଦ୍ଧି କରେ।

ଆଇସକ୍ରିମ୍

ରାତିରେ ଆଇସକ୍ରିମ୍ ଖାଆନ୍ତୁ ନାହିଁ। ଆମେରିକୀୟ ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ଏହା ଖାଇ ଶୋଇବା ଦ୍ୱାରା ଶରୀରରେ ଶର୍କରାର ମାତ୍ରା ବୃଦ୍ଧି ପାଇବା ସହ ହଜମ ଠିକ୍ ଭାବରେ ହୋଇନଥାଏ।

ଚକୋଲେଟ

ରାତିରେ ଚକୋଲେଟ୍ ଖାଇବାଠାରୁ ଦୂରେଇ ରୁହନ୍ତୁ। ଏହା ଦ୍ୱାରା ମାନସିକ ସ୍ଥିତି ପ୍ରଭାବିତ ହେବା ସହ ହୃଦ୍‌ରୋଗ ହେବାର ଆଶଙ୍କା ବଢ଼ିଯାଏ।

ଚିପ୍ସ

ଚିପ୍ସ ପ୍ରତି ପିଲାଙ୍କ ଠାରୁ ଆରମ୍ଭ କରି  ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଦୁର୍ବଳତା ରହିଥାଏ। କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ମେଦ ବଢ଼ିବାସହ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦେଇଥାଏ।

ପ୍‌କର୍ନ(ଭଜା ମକା ମଞ୍ଜି)

ଅଧିକାଂଶ ଲୋକେ ରାତିରେ ଟିଭି ଦେଖିଲାବେଳେ ପପ୍‌କର୍ନ ଖାଇଥାନ୍ତି। ଏଥିରେ ଥିବା ଲୁଣ ଓ ବଟର ନିଦକୁ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

Comment