ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଦେଶରେ କେତେକ ପ୍ରାଚୀନ ମନ୍ଦିର ଅଛି, ଯାହାର କେତେକ ସ୍ୱତନ୍ତ୍ରତା ରହିଛି। କେତେକ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଉଥିବା ପ୍ରସାଦ ସଂପର୍କରେ ବି ବିଶେଷତ୍ୱ ରହିଛି। ପାରମ୍ପରିକ ଭାବେ ଭଗବାନଙ୍କ ବିଗ୍ରହ ପୂଜାରେ ଫଳ, ଫୁଲ, ମିଠା, ଧୂପ ଏବଂ ଚନ୍ଦନ ଲାଗି ହୋଇଥାଏ। କିନ୍ତୁ କେରଳରେ ଏଭଳି ଏକ ମନ୍ଦିର ଅଛି ଯେଉଁଠି ଚକଲେଟ୍ ଭୋଗ ହେଉଛି ।

କେରଳର ଅଲେପ୍ପାରେ ଥିବା ମୁରୁଗନ୍ ଭଗବାନଙ୍କ ମନ୍ଦିର ବେଶ ପ୍ରସିଦ୍ଧ। ବାଲା ମୁରୁଗନଙ୍କୁ ଚକଲେଟ୍ ଖୁବ୍ ପସନ୍ଦ। ଏଥିପାଇଁ ଏହି ମନ୍ଦିରରେ ଭଗବାନଙ୍କୁ ଚକଲେଟ୍ ଭୋଗ ଆକାରରେ ପ୍ରଦାନ କରାଯାଇଥାଏ। ସେଠାକୁ ଆସୁଥିବା ଭକ୍ତମାନଙ୍କୁ ସେହି ଚକଲେଟ୍ ଭୋଗ ହେବାପରେ ବଣ୍ଟାଯାଇଥାଏ।

ପୂର୍ବରୁ ଏହି ମନ୍ଦିରରେ ଭଗବାନ ମୁରୁଗନଙ୍କୁ ବାଳରୂପରେ ପୂଜା କରାଯାଉଥିଲା। ଯିଏ ମଂଚ ମୁରୁଗନ ନାମରେ ବିଖ୍ୟାତ ଥିଲେ। ହିନ୍ଦୁ  ଧର୍ମଗ୍ରନ୍ଥ ଅନୁସାରେ ମୁରୁଗନ ସୁବ୍ରମଣ୍ୟମ ଏବଂ କାର୍ତ୍ତିକେୟ ନାମରେ ବି ଜଣାଶୁଣା। ଯିଏ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଅଟନ୍ତି। ଭଗବାନଙ୍କ ଆର୍ଶୀବାଦ ଥିବାରୁ ଡବାଭର୍ତ୍ତି ଚକଲେଟ୍ ପୂଜା କରାଯାଇଥାଏ। କିନ୍ତୁ କେବେଠାରୁ ଏହି ଚକଲେଟ୍ ଭୋଗ ହେଉଛି ତାହା ଜଣାପଡ଼ିନାହିଁ।

ସେହିପରି କୋଲକାତାର ଟାଙ୍ଗରା ଅଞ୍ଚଳରେ ରହିଛି ଚାଇନିଜ୍ କାଳୀ ମନ୍ଦିର। ଏଠାରେ ମହାକାଳୀଙ୍କୁ ପ୍ରସାଦ ରୂପେ ନୁଡୁଲ୍ସ ଓ ଫ୍ରାଏଡ୍ ରାଇସ୍ ପରିବେଷଣ କରାଯାଇଥାଏ। ଭୋଗ ହେବାପରେ ସେହି ପ୍ରସାଦକୁ ଭକ୍ତମାନଙ୍କୁ ବିତରଣ କରାଯାଇଥାଏ। ଏହି କାରଣରୁ ଏହି ମନ୍ଦିରର ନାଁ ମଧ୍ୟ ରହିଛି ଚାଇନିଜ୍ କାଳୀ ମନ୍ଦିର।

Comment