ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ୍ସ ଡେ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନ ଟି ସାଧାରଣ। ହେଲେ ପ୍ରେମୀଯୁଗଳଙ୍କ ପାଇଁ ଏହା ଖାସ୍‌ ଦିନ। ତେବେ ଏହି ଦିନ ପୂର୍ବରୁ ହିଁ ପ୍ରେମୀଯୁଗଳ ପାଳନ କରଥାନ୍ତି ପ୍ରେମ ସପ୍ତାହ। ତେବେ ଫେବ୍ରୁଆରି ୭ରେ ରୋଜ୍‌ ଡେ ପାଳନ ହୋଇଥିଲାବେଳେ ଫେବ୍ରୁଆରୀ ୮ରେ ପ୍ରପୋଜ ଡେ ପାଳନ କରିଛନ୍ତି ପ୍ରେମୀ। ଭାଲେଣ୍ଟାଇନ୍ସ ସପ୍ତାହରେ ଫେବ୍ରୁଆରି ୯ ତାରିଖ ମଧ୍ୟ ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ଏହି ଦିନ ପ୍ରେମୀ ଚକୋଲେଟ ଡେ ପାଳନ କରିଥାନ୍ତି।

ପ୍ରପୋଜ ଡେରେ ସାଥୀଙ୍କୁ ମନ କଥା କହିବା ପରେ ଚକୋଲେଟ୍‌ ଡେ’ରେ ଚକୋଲେଟ ଦେଇ ସାଥୀଙ୍କୁ ଖୁସି କରିବାର ସୁଯୋଗ ଏହି ଦିନ ହିଁ ଦେଇଥାଏ।

ସାଧାରଣତଃ ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ସମସ୍ତେ ଚକୋଲେଟ ହିଁ ଆପଣେଇଥାନ୍ତି କାରଣ ପ୍ରେମୀଙ୍କ ମତରେ ଚକୋଲେଟ ହିଁ ସମ୍ପର୍କରେ ମଧୁରତା ଆଣିଥାଏ।

ଚକୋଲେଟ ଡେ’ରେ ସାଥୀଙ୍କୁ ଚକୋଲେଟ ଦେଇ ମନ କଥା କହିବାର ସୁଯୋଗ ମିଳେ। ଏହି ଦିନଟିକୁ ଆଉ ଟିକେ ରୋମାଣ୍ଟିକ କରାଇବା ପାଇଁଚକୋଲେଟ ହିଁ ସବୁଠୁ ଭଲ ମାଧ୍ୟମ।

Comment