ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିକ୍କିମର ପ୍ରଥମ ପାକୟୋଙ୍ଗ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସିକ୍କିମ ପାକୟୋଙ୍ଗ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହା ହେଉଛି ସିକ୍କିମର ପ୍ରଥମ ବିମାନ ବନ୍ଦର। ଏହି ବିମାନବନ୍ଦରଟି ସିକ୍କିମର ରାଜଧାନୀ ଗାଙ୍ଗଟକରୁ ପ୍ରାୟ ୩୩ କିଲୋମିଟର ଦୂରରେ ଅବସ୍ଥିତ।
୨୦୦୮ ମସିହାରେ ଏହାକୁ ମଞ୍ଜୁରୀ ମିଳିଥିବା ବେଳେ ୨୦୦୯ରେ ଏହାର ଶିଳାନ୍ୟାସ କରାଯାଇଥିଲା।

ଏହା ସମୁଦ୍ର ପତ୍ତନଠାରୁ ୪୫୦୦ ଫୁଟ ଉଚ୍ଚରେ ଅବସ୍ଥିତ। ୬ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ଏହି ବିମାନବନ୍ଦରଟି ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ଉତ୍ତରପୂର୍ବ ଭାରତର ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦରର ମାନ୍ୟତା ପାଇଛି। ଏହାଛଡ଼ା ଏହି ବିମାନବନ୍ଦର ୯୯୦ ଏକର ପରିମିତ ଜାଗାରେ ଅବସ୍ଥିତ।
ଆସନ୍ତା ଅକ୍ଟୋବର ୪ରୁ ପ୍ରଥମ କରି ଏହି ବିମାନ ବନ୍ଦରରୁ ଉଡାଣ କାର୍ଯ୍ୟ ଆରମ୍ଭ କରାଯିବ।

















