ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଇଣ୍ଡିଆ ଟୁଡେ ପତ୍ରିକା ପକ୍ଷରୁ ନିକଟରେ କରାଯାଇଥିବା ଏକ ସର୍ଭେରେ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ପୁଣି ଦେଖିବା ପାଇଁ ଚାହାଁନ୍ତି। ତେବେ ଅନ୍ୟ ସବୁ ପ୍ରସଙ୍ଗରେ ଏଠି ଲୋକଙ୍କ ମତ କ’ଣ ଆସନ୍ତୁ ସେ ବିଷୟରେ ଜାଣିବା।
- ୫୯ ପ୍ରତିଶତ ଲୋକ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଇଛା ପ୍ରକାଶ କରିଥିବା ବେଳେ ମାତ୍ର ୨୧ ପ୍ରତିଶତ ଧର୍ମେନ୍ଦ୍ର ପ୍ରଧାନଙ୍କ ସପକ୍ଷରେ କହିଛନ୍ତି।
- ୪୪ ପ୍ରତିଶତ ଲୋକ ନବୀନ ପଟ୍ଟନାୟକ ସରକାରର କାର୍ଯ୍ୟକୁ ପସନ୍ଦ କରନ୍ତି। ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ୧୯ ପ୍ରତିଶତ।
- ରାଫେଲ ବିମାନ ବିବାଦର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ। ୭୬ ପ୍ରତିଶତ ଲୋକ ଆଦୌ ଜାଣନ୍ତିନି କ’ଣ ଏହି ବିବାଦ। ଯେଉଁମାନେ ଉଣା ଅଧିକେ ଏ ବିଷୟରେ ଜାଣନ୍ତି ସେମାନଙ୍କ ଭିତରୁ ୭୯ ପ୍ରତିଶତଙ୍କ ମତ ଯେ କେନ୍ଦ୍ର ସରକାର ଏହି ବିମାନର ମୂଲ୍ୟ ସର୍ବସାଧାରଣରେ ପ୍ରକାଶ କରିବା ଅନୁଚିତ।
- ଓଡ଼ିଶାରେ ପାନୀୟ ଜଳ ସବୁଠାରୁ ବଡ଼ ସମସ୍ୟା ବୋଲି ଏହି ମତାମତ ସଂଗ୍ରହରୁ ଜଣାପଡ଼ିଛି। ତା’ତଳକୁ କୃଷି ସମସ୍ୟା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ଅସୁବିଧା।
- ୫୪ ପ୍ରତିଶତ ଲୋକେ ଚାହାଁନ୍ତି ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ୨୧ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି। ଏହି ସର୍ଭେ ସମସ୍ତ ୨୧ ସଂସଦୀୟ କ୍ଷେତ୍ରରେ କରାଯାଇଥିଲା।


















