ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି।

ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡଃ ରଘୁନାଥ ମହାପାତ୍ର ଯୋଗ ଦେଇଥିଲେ।

ଏହାବ୍ୟତୀତ ବିଧାୟକ ପ୍ରକାଶ ବେହେରା ଓ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହାପରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ ସାହୁ ସ୍ୱାଗତ ଭାଷଣ ରଖିବା ସହ ଦୀର୍ଘ ୭ ବର୍ଷର ଯାତ୍ରା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

ଏହାଛଡ଼ା ଡକ୍ଟର ରଘୁନାଥ ମହାପାତ୍ର ଏବଂ ଅନ୍ୟମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ଧନ୍ୟବାଦ ଜଣାଇବା ସହ ସଫଳତା କାମନା କରିଥିଲେ। ମଞ୍ଚସଭା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାସାଗର କ୍ଲାସେସ୍‌ର କିଛି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ଓଡ଼ିଶାର ଆଗ ଧାଡ଼ିର କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ହିନ୍ଦୀ ଓ ଓଡ଼ିଆ ସିନେ ଜଗତର କିଛି ବଛା ବଛା ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲେ।

ଏହାଛଡ଼ା ପଲ୍ସ ଓ ଏକ୍ସପ୍ରେସନ୍ ନୃତ୍ୟ ସଂସ୍ଥାନର କଳାକାରମାନେ ମଧ୍ୟ ଚମତ୍କାର ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନକୁ ମୁଗ୍ଧ କରିଥିଲେ।

Comment