ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନା ଖାନ ସବୁବେଳେ ତାଙ୍କର ଗ୍ଲାମର ଆଉ ମଡେଲିଂ ପାଇଁ ବି ଟାଉନରେ ଚର୍ଚ୍ଚାରେ ଥାନ୍ତି।  ନିକଟରେ ତାଙ୍କର ଏକ ପୋଷ୍ଟକୁ ନେଇ ସେ କାଫି ଚର୍ଚ୍ଚାରେ ଅଛନ୍ତି। ହିନା ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର  କରିଛନ୍ତି। ଯେଉଁଥିରେ ସେ ବଲିଉଡ ଅଭିନେତା ରଣବୀର ସିଂଙ୍କ ସହିତ ନଜର ଆସିଛନ୍ତି। ଏହି ଫଟୋରେ ହୀନା ଖାନ୍ ରଣବୀରଙ୍କ ସହିତ ନଜର ଆସିଛନ୍ତି। ଏହି ଫୋଟରେ ହିନା ଖାନ୍ ରଣବୀରଙ୍କୁ ପ୍ରଶଂସା ବି କରିଛନ୍ତି। ଆଉ ତାଙ୍କୁ ଜଣେ ଜେଣ୍ଟଲ ମ୍ୟାନ୍ ବୋଲି କହିଛନ୍ତି। ରଣବୀରଙ୍କ ଆଗାମୀ ଫିଲ୍ମ ଲାଗି ସେ ତାଙ୍କୁ ଶୁଭେଛା ଜଣାଇଛନ୍ତି।

ଏହି ଫଟୋ ଏକ ଆୱାଡ୍ ଫଙ୍କସନ୍‌ର ଅଟେ। ଯେଉଁଠି ହୀନା ଖାନ୍ ହାଇ ହିଲ ସହ ଲମ୍ବା ଗାଉନ ପିନ୍ଧିଥିଲେ। ଫଙ୍କସନରେ ଲମ୍ବା ଗାଉନ ଯୋଗୁଁ ହିନା ଠିକସେ ଚାଲିପାରୁନଥିଲେ। ଆଉ ଏହି ସମୟରେ ରଣବୀର ହୀନାଙ୍କୁ ସାହାର୍ଯ୍ୟ କରିଥିଲେ ଯାହା ହୀନାଙ୍କୁ ଖୁବ୍ ପସନ୍ଦ ଆସିଥିଲା।

ଆପଣଙ୍କୁ କହି ରଖୁଛୁ କି ଗଲା ବର୍ଷ ବିଗ ବସ୍‌ରେ ନଜର ଆସିଥିଲେ ହୀନା ଖାନ୍। ଏହାପରେ ସେ ସବୁବେଳେ ନିଜ ଫ୍ୟାସନ୍ ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ଥିଲେ। ନିକଟରେ ସେ ଷ୍ଟାର ପ୍ଲସର ଏକ ସିରିଏଲରେ କମୋଲିକା ଚରିତ୍ରରେ ନଜର ଆସିଥିଲେ। ମାତ୍ର ଖବର ଅଛି ହୀନା କମୋଲିକା ଚରିତ୍ର ଛାଡ଼ି ଦେଇଛନ୍ତି କାରଣ ସେ ବଲିଉଡରେ ତାଙ୍କ ଡେବ୍ୟୁ ଫିଲ୍ମ ପାଇଁ ବିଜି ଅଛନ୍ତି।

Comment