ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ଗିରଫ ହୋଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଦେବେନ୍ଦ୍ର ଗିରଫ ହୋଇଛନ୍ତି। ସଂପୃକ୍ତ ମହିଳା ଜଣକ ଫୁଲବାଣୀ ସଦର ଥାନାରେ ଗତ ମାସରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା। ପୂର୍ବତନ ବିଧାୟକଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ସେ ଫେରାର ଥିଲେ। ଦେବେନ୍ଦ୍ର ଇଚ୍ଛାପୁରମରେ ଥିବା ଖବର ପାଇ ଫୁଲବାଣୀ ସଦର ଥାନାର ଏକ ପୋଲିସ ଟିମ୍ ଇଚ୍ଛାପୁରମ୍ ଯାଇଥିଲେ।

ଆଜି ସନ୍ଧ୍ୟାରେ ଦେବେନ୍ଦ୍ରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଫୁଲବାଣୀ ଏସ୍‌ଡିଜେଏମ୍ କୋର୍ଟ ଦେବେନ୍ଦ୍ରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

Comment