ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରଣ ଜୋହର ତାଙ୍କର ଆଗାମୀ ଫିଲ୍ମରେ ରାଜକୁମାର ରାଓଙ୍କୁ ନେବା ପାଇଁ ଚାହୁଁଛନ୍ତି।

ବଲିଉଡର ଚର୍ଚ୍ଚିତ ଫିଲ୍ମ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ତାଙ୍କର ଆଗାମୀ ଫିଲ୍ମ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି। ୨୦୦୮ରେ ରିଲିଜ୍ ହୋଇଥିବା ବଲିଉଡ଼ ଫିଲ୍ମ ‘ଦୋସ୍ତାନା’ର ସିକ୍ୱେଲ୍ ଆରମ୍ଭ କରିବାରେ ଲାଗି ପଡ଼ିଛନ୍ତି କରଣ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରାହମ୍। ଫିଲ୍ମଟି ବକ୍ସ ଅଫିସ୍‌ରେ ମଧ୍ୟ ବେଶ୍ ହିଟ୍ ହୋଇଥିଲା। ବର୍ତ୍ତମାନ କରଣ ଏହି ଫିଲ୍ମର ସିକ୍ୱେଲ୍ ନିର୍ମାଣ କରିବା ପାଇଁ ସ୍କିପ୍ଟ୍ ମଧ୍ୟ ଲେଖିସାରିଲେଣି।

ଏହି ଫିଲ୍ମରେ କରଣ, ଅଭିଷେକ କିମ୍ବା ପ୍ରିୟଙ୍କାଙ୍କୁ ନେବାକୁ ଚାହୁଁ ନାହାନ୍ତି। ସେ ‘ସ୍ତ୍ରୀ’ ଫିଲ୍ମର ହିରୋ ରାଜକୁମାର ରାଓଙ୍କୁ ନେବାକୁ ଚାହୁଁଛନ୍ତି। ଯଦି ରାଜକୁମାର, କରଣଙ୍କର ଏହି ଫିଲ୍ମଟି ସାଇନ୍ କରୁଛନ୍ତି ତେବେ ଏହା ତାଙ୍କର କରନଙ୍କ ସହ ପ୍ରଥମ ଫିଲ୍ମ ହେବ।

ଇତି ମଧ୍ୟରେ ରାଜକୁମାର ରାଓ ଅନେକ ଫିଲ୍ମରେ ନଜର ଆସିଥିଲେ। ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ମୁଗ୍ଧ କରି ଦେଇଛି। ଫଳ ସ୍ୱରୂପ ଅନେକ ବିଶିଷ୍ଟ ଫିଲ୍ମ ନିର୍ମାତା ଆଗେଇ ଆସିଛନ୍ତି ରାଜକୁମାରଙ୍କୁ ନିଜ ଫିଲ୍ମରେ ସାଇନ୍ କରିବା ପାଇଁ। ରାଜକୁମାର ‘ସ୍ତ୍ରୀ ’ରେ ବେଶ୍ ଭଲ ଅଭିନୟ କରିବାସହ ୧୦୦ କୋଟି କ୍ଲବରେ ମଧ୍ୟ ଏହି ଫିଲ୍ମଟି ସାମିଲ ହୋଇଥିଲା।

Comment