ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗପୁରର ଜଣେ ରୋଷେୟା ବିଶ୍ୱ ରେକର୍ଡ ପାଇଁ ୩ ହଜାର କେଜିର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି।

ବିଶ୍ୱ ରେକର୍ଡ ନିଶାରେ ଜଣେ ବ୍ୟକ୍ତି ରବିବାର ଦିନ ୩ ହଜାର କିଲୋଗ୍ରାମର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି। ଆଉ ତାହା ବି ପୁଣି ଗୋଟିଏ ବିରାଟକାୟ କଡ଼େଇ ମଧ୍ୟରେ। ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପାଇଁ ନାଗପୁରର ରୋଷେୟା ବିଷ୍ଣୁ ମନୋହର ଏଭଳି ପ୍ରୟାସ  କରିଛନ୍ତି।

ପୂର୍ବରୁ ବିଷ୍ଣୁ ଲଗାତର ୫୩ ଘଣ୍ଟା ରୋଷେଇ କରି ସେ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ସାମିଲ କରିଥିଲେ।

ଆଉ ଏବେ ଖେଚୁଡ଼ି ପ୍ରସ୍ତୁତି କରି ପୁଣିଥରେ ନିଜ ନାମକୁ ରେକର୍ଡରେ ସାମିଲ କରିବାର ଆଶା ରଖିଛନ୍ତି ବିଷ୍ଣୁ। ବିରାଟକାୟ ୫୧୦ କେଜି ଓଜନ୍ ଏବଂ ୧୦ ଫୁଟ୍ ଲମ୍ବା କଢ଼େଇରେ ବିଷ୍ଣୁ ମନୋହର ଏହି ଖେଚୁଡ଼ି ତିଆରି କରୁଛନ୍ତି।

Comment