ଓଡ଼ିଶାଲାଇଭ ବ୍ୟୁରୋ

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ ଆକବର ତାଙ୍କ ଉପରେ ଆସିଥିବା ଯୌନ ଶୋଷଣର ଅଭିଯୋଗକୁ ଖଣ୍ଡନ କରିଛନ୍ତି।

‘ମି ଠୁ’ ଆନ୍ଦୋଳନ ଏବେ ସାରା ଭାରତରେ ଅଲଗା ରୂପ ନେବାକୁ ଲାଗିଲାଣି। ଏହା ମାଧ୍ୟମରେ ମହିଳାମାନେ ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ଦୁନିଆ ସାମ୍ନାକୁ ଆଣିପାରୁଛନ୍ତି। ଏବେ ଏହି ଜାଲରେ ଛନ୍ଦି ହୋଇଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବର।

ଜଣେ ବରିଷ୍ଠ ମହିଳା ସାମ୍ବାଦିକ ପ୍ରିୟା ରମାନି ତାଙ୍କ ଉପରକୁ ପ୍ରଥେମ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ଅନ୍ୟ ୧୦ଜଣ ମହିଳା ସାମ୍ବାଦିକ ତାଙ୍କ ଉପରକୁ ଏହି ଅଭିଯୋଗ ଆଣିଥିଲେ। କିନ୍ତୁ ତାଙ୍କ ଉପରେ ଅଣାଯାଇଥିବା ଏହି ଅଭିଯୋଗକୁ ଆକବର ଖଣ୍ଡନ କରିଛନ୍ତି ଏବଂ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି।

“ରବିବାର ନିଜ ଉପରେ ଲାଗିଥିବା ଅଭିଯୋଗକୁ ମିଥ୍ୟା”, କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବର। “ଏହାଛଡ଼ା ନିର୍ବାଚନ ପୂର୍ବରୁ କୌଣସି ଉଦ୍ଦେଶ୍ୟରେ ଏଭଳି ଭିତ୍ତିହୀନ ଅଭିଯୋଗ ଅଣାଯାଇଛି। ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମୋ ଛବିକୁ ଖରାପ କରାଯାଉଛି”, କହିଛନ୍ତି ଆକବର।

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ସାମ୍ବାଦିକ ଭାବେ ଏକାଧିକ ଖବରକାଗଜରେ ସମ୍ପାଦକ ରହି ସାରିଛନ୍ତି। ତାଙ୍କ ଉପରେ ପାଖାପାଖି ୧୧ ଜଣ ମହିଳା ସାମ୍ବାଦିକ ‘ମି ଠୁ’ ଆନ୍ଦୋଳନ ଜରିଆରେ ଅଭିଯୋଗ ଆଣିଛନ୍ତି।

Comment