ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୀମାନ୍ତରେ ଲଙ୍କାକାଣ୍ଡ ଘଟାଇଛନ୍ତି ଲାଲ୍‌ ବାହିନୀ। ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ୭ଟି ବକ୍ସାଇଟ୍ ବୋଝେଇ ଟ୍ରକ ଜାଳ ଦେଇଛନ୍ତି ମାଓବାଦୀ। ଲୋହଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡ୍‌ରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି।

ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଆ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ପାଳନ ବେଳେ ହିଁ ଏହି ହିଂସାକାଣ୍ଡ ଘଟିଛି। ଏହି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଉଛି।

Comment