ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଜନ୍ମଦିନ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଦିନ ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ନେତୃବୃନ୍ଦ ସମେତ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି କହିଛନ୍ତି, “ଅମିତ ଶାହଙ୍କ ନେତୃତ୍ୱ ହେଉଛି ଦଳର ସମ୍ପତ୍ତି’’। ତାଙ୍କର ନେତୃତ୍ୱ ପାଇଁ ଦଳ ସମଗ୍ର ଦେଶରେ ବ୍ୟାପିଛି। ଏହାଛଡ଼ା ଶାହଙ୍କ କଠିନ ପରିଶ୍ରମ ପାଇଁ ମୋଦି ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାବ୍ୟତୀତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଟୁଇଟ୍‌ କରି ତାଙ୍କୁ ଜନ୍ମର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

୧୯୬୪ ମସିହା ଅକ୍ଟୋବର ୨୨ ତାରିଖ ଦିନ ଅମିତ ଶାହ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ବିଜେପି ୨୦୧୬ରେ ମହାରାଷ୍ଟ୍ର, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ ଏବଂ ଆସାମ ଆଦି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟରେ ବିଜେପିର ବିପୁଳ ବିଜୟ ତାଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥିଲା। ଏହାଛଡ଼ା ତାଙ୍କୁ ଭାରତୀୟ ରାଜନୀତିର ‘ଚାଣକ୍ୟ’ ବୋଲି କୁହାଯାଏ।

LEAVE A REPLY

Please enter your comment!
Please enter your name here