ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତାର ସନ୍ତରାଗାଛି ରେଳ ଷ୍ଟେସନରେ ଦଳଚକଟା। ଏହି ଦଳାଚକଟାରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଷ୍ଟେସନ ଫୁଟ୍ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ଆହତମାନଙ୍କୁ ହାୱଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଷ୍ଟେସନରେ ଗୋଟିଏ ସମୟରେ ୩ଟି ଯାତ୍ରୀବାହୀ ଟ୍ରେନ ଲାଗିବାରୁ ଯାତ୍ରୀଙ୍କ ଭିଡ଼ ବଢ଼ି ଯାଇଥିଲା। ଫଳରେ ଫୁଟ ଓଭରବ୍ରିଜ ଉପରେ ଠେଲାପେଲା ହେବାରୁ ଏହି ଦୁର୍ଘଟଣା ଘଟିଛି।

ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ନମ୍ବର ୦୩୨୨୨୧୦୭୨ (ଖଡ଼ଗପୁର), ୦୩୩୨୬୨୯୫୫୬୧ (ସନ୍ତରାଗାଛି) ଷ୍ଟେସନକୁ ଯୋଯୋଗ କରି ଆହତମାନଙ୍କ ବିଷୟରେ ଜାଣିହେବ।

ସନ୍ଧ୍ୟା ୬ଟା୩୦ରେ ନାଗେରକଏଲ-ସାଲିମାର୍ ଏକ୍ସପ୍ରେସ ଏବଂ ଦୁଇଟି ଇଏମ୍‌ୟୁ ଟ୍ରେନ ୨ ଏବଂ ୩ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା। ଟ୍ରେନକୁ ଧରିବା ପାଇଁ ଯାତ୍ରୀମାନେ ଫୁଟ ଓଭରବ୍ରିଜ ଉପରେ ଯାଉଥିବା ବେଳେ ଠେଲାପେଲା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିବା ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି।

Comment