ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଳ ବିଷୟରେ ଆପଣ ଉଣା ଅଧିକେ କିଛି ନା କିଛି ଜାଣିଥିବେ। ଭାରତୀୟ ରେଳକୁ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ରେଳ ନେଟୱର୍କ ବୋଲି ବିବେଚନା କରାଯାଏ। ଭାରତରେ ମଧ୍ୟ ଆଜି ବି ପ୍ରାୟ ୮ ହଜାରରୁ ଅଧିକ ରେଳ ଷ୍ଟେସନ ଅଛି। ଯାହା ମଧ୍ୟ ଦେଇ ରେଳ ଚଳାଚଳ କରିଥାଏ।

ତେବେ ପଶ୍ଚିମବଙ୍ଗରେ ଏଭଳି ଏକ ରେଳ ଷ୍ଟେସନ ଅଛି ଯାହାର କୌଣସି ନାଁ ନାହିଁ। ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ରେଳଷ୍ଟେସନଟି ଅବସ୍ଥିତ। ଯାହାର କୌଣସି ନାଁ ହି ନାହିଁ। ତେବେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଏହି ରେଳ ଷ୍ଟେସନଟି ରୈନା ଓ ରୈନାଗଡ଼ ନାମକ ଦୁଇଟି ଗାଁ ମଝିରେ ଅବସ୍ଥିତି। ପ୍ରଥମେ ଏହି ରେଳଷ୍ଟେସନର ନାଁ ରୈନାଗଡ଼ ରଖାଯାଇଥିଲା। ତେବେ ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଏପରିକି ଏହି ଘଟଣା ରେଲୱେ ବୋର୍ଡ ପାଖକୁ ମଧ୍ୟ ଚାଲିଯାଇଥିଲା। ଏହାପରେ ରେଲୱେ ବୋର୍ଡ ଏହି ରେଳଷ୍ଟେସନରେ ଥିବା ସମସ୍ତ ବୋର୍ଡରୁ ନାଁ ହଟାଇ ଦେଇଥିଲା।

ତେବେ ଆଜି ବି ରେଲୱେ ଟିକେଟରେ ଏହି ଷ୍ଟେସନର ନାଁ ରୈନାଗଡ଼ ହି ରହିଛି।

Comment