ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୮୦ ଦଶକର ଲୋମଟାଙ୍କୁରା କାହାଣୀ ଉପରେ ଆଧାରିତ ଫିଲ୍ମ ‘ଛବିରାଣୀ – ଦ ଅନ୍‌ଟୋଲ୍ଡ ଷ୍ଟୋରୀ’।

୮୦ ଦଶକର ଛାତିଥରା ଘଟଣା। ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରେ ଘଟିଥିଲା ଲୋମହର୍ଷଣକାରୀ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ। ଏହି ପାଶବିକ ହତ୍ୟାକାଣ୍ଡ କଥା ଆଜି ବି ଶୁଣିଲେ ଲୋକଙ୍କ ଆଖିରେ ଲୁହ ଝରିଆସେ। ତେବେ ଏହି ନୃଶଂସ ହତ୍ୟାକାଣ୍ଡର ପରଦା ପଛର କାହାଣୀକୁ ନେଇ ନିର୍ମାଣ ହେଉଛି ଓଡ଼ିଆ ଫିଲ୍ମ – ‘ଛବିରାଣୀ ଦ ଅନ୍‌ଟୋଲ୍ଡ ଷ୍ଟୋରୀ’।

ରବିବାର କଟକସ୍ଥିତ ପାନ୍ଥନିବାସରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଛବିରାଣୀ ଫିଲ୍ମର ନିର୍ଦ୍ଦେଶନା ସହିତ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ବବି ଇସଲାମ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଏହାର ମୁଖ୍ୟ ଭୂମିକାରେ ଅଭିନେତା ଅମନ ପରାଶର, ଅଭିନେତ୍ରୀ ଚନ୍ଦ୍ରାଣୀ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧରୀ ପ୍ରମୁଖ ଅଭିନୟ କରିଛନ୍ତି। କାହାଣୀକୁ ଆଧାର କରି ଏହାର ସଂଗୀତ ସଂଯୋଜନା ହୋଇଅଛି।

ଏହି ଫିଲ୍ମରେ ସର୍ବମୋଟ ୫ଟି ଗୀତ ରହିଛି। ଓଡ଼ିଶା ସମେତ ମନାଲି ଏବଂ ମାଲେସିଆରେ ଏହାର ସୁଟିଂ ହେବ।

ନଭେମ୍ବର ୧ରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ।

“ଓଡ଼ିଆ ଦର୍ଶକଙ୍କୁ ବାନ୍ଧି ରଖିବା ଭଳି ଫିଲ୍ମ ତିଆରି କରାଯାଇଛି। ଏହି ଫିଲ୍ମ ସାମାଜିକ ବାର୍ତ୍ତା ଦେବା ସହ ସଚେତନତା ସୃଷ୍ଟି କରିବ,” କହିଛନ୍ତି ନିର୍ଦ୍ଦେଶକ ବବି ଇସଲାମ।

ଏହି ମହୁରତରେ ନାୟକ ଓ ନାୟିକାଙ୍କ ସମେତ ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ବିରେନ ମିଶ୍ର ଆଦି କଳାକାର ଉପସ୍ଥିତ ଥିଲେ।

Comment