ଓଡ଼ିଶାଲାଇଭ୍ ବ୍ୟୁରୋ

କିପରି ଦୂର କରିବେ ଘରର ବାସ୍ତୁଦୋଷ? ଆସନ୍ତୁ ସେ ବିଷୟରେ ଜାଣିବା…

ବାସ୍ତୁ କେବଳ ଘରକୁ ନୁହେଁ, ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ମଣିଷ ଜୀବନରେ ଆସୁଥିବା ସମସ୍ୟାର କାରଣ ଘରର ବାସ୍ତୁଦୋଷ ହୋଇଥାଏ। କିଛି ସରଳ ଉପାୟ ଅବଲମ୍ବନ କରି ବାସ୍ତୁ ଦୋଷକୁ ଦୂର କରା ଯାଇପାରିବ।

  • ସ୍ୱସ୍ତିକ, ମଙ୍ଗଳ କଳସ, ଓମ୍‌, ୭୮୬ ଆଦି ଶୁଭ ଚିହ୍ନକୁ ଘରେ ଲଗାନ୍ତୁ। ଏହା ଦ୍ୱାରା ଘରର ସୁଖ, ଶାନ୍ତି ବଢ଼ିଥାଏ।
  • ଘରେ ଦେବୀ ଦେବତାଙ୍କ ଫଟୋ ସହିତ ପୂର୍ବ ପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ।
  • ଶୟନ କକ୍ଷରେ ସବୁବେଳେ ତାଜା ଫୁଲ ରଖନ୍ତୁ। ଏହାଛଡ଼ା ଶୟନ କକ୍ଷରେ ହସୁଥିବା ପିଲାଙ୍କ ଫଟୋ ମଧ୍ୟ ଲଗାଇ ପାରିବେ।
  • ଡାଇନିଂ ହଲ୍‌ କାନ୍ଥରେ ହାଲ୍‌କା ରଙ୍ଗ ଲଗାନ୍ତୁ। ଏହାଛଡ଼ା ଡାଇନିଂ ହଲ୍‌ କାନ୍ଥରେ ଫଳ, ଫୁଲ କିମ୍ବା ପ୍ରାକୃତିକ ଦୃଶ୍ୟର ଚିତ୍ର ଲଗାଇ ପାରିବେ।
  • ଅନାବଶ୍ୟକ ଜିନିଷକୁ କେବେହେଲେ ଘରେ ରଖନ୍ତୁ ନାହିଁ।
  • ଘରେ ଜେନେରେଟର କିମ୍ବା ଇନ୍‌ଭଟରକୁ ଆଗ୍ନେୟ କୋଣରେ ରଖନ୍ତୁ।
  • ଘର ପୋଛା ମାରିବା ସମୟରେ ପାଣିରେ ଅଳ୍ପ ଲୁଣ ପକାନ୍ତୁ। କାରଣ ଲୁଣ ପାଣିରେ ଘର ପୋଛିବା ଫଳରେ ନକାରାତ୍ମକ ଶକ୍ତି ଦୂରେଇ ଯାଏ।
  • ଘରର ଗାଧୋଇବା ରୁମ୍‌ ଏବଂ ରୋଷେଇ ଶାଳାକୁ ସବୁବେଳେ ସଫା ରଖନ୍ତୁ।
  • ଖରାପ ହୋଇ ଯାଇଥିବା ଘଣ୍ଟାକୁ କେବେ ହେଲେ ଘରେ ରଖନ୍ତୁ ନାହିଁ।
  • ଘରର ଶୋଇବା ଘରେ ଠାକୁର ରଖନ୍ତୁ ନାହିଁ। ଯଦି ରଖୁଛନ୍ତି, ତେବେ ସେଥିରେ ଏକ ପରଦା ଟାଙ୍ଗି ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here