ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲାଇନ ଶ୍ରୋତାଙ୍କ ପାଇଁ ଖୁସି ଖବର। ଏବେ ସୋସିଆଲ ମିଡିଆରେ ଶୁଣିପାରିବେ ଆକାଶବାଣୀ କଟକ ତରଫରୁ ପ୍ରସାରଣ କରାଯାଉଥିବା ନ୍ୟୁଜ୍। ରେଡିଓ ପ୍ରେମୀମାନେ ନିଜ ସ୍ମାର୍ଟ ଫୋନ ଜରିଆରେ ଯେକୌଣସି ସମୟରେ କିମ୍ବା ସ୍ଥାନରେ ଥିଲେ ବି ଖବର ଶୁଣିପାରିବେ।

ଫେସବୁକ, ଟୁଇଟର ଏବଂ ୟୁଟ୍ୟୁବ୍‌ରେ ଆକାଶବାଣୀ କଟକ ପକ୍ଷରୁ ପ୍ରସାରଣ କରାଯାଉଥିବା ସମସ୍ତ ନ୍ୟୁଜ ଏଣିକି ଅପ୍‌ଲୋଡ କରାଯିବ। ଏହାସହ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମଧ୍ୟ ସୋସିଆଲ ମିଡିଆରେ ଶ୍ରୋତାମାନଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ସୋସିଆଲ ମିଡିଆର ବହୁଳ ବ୍ୟବହାରକୁ ଦେଖି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଆକାଣବାଣୀ କଟକ କେନ୍ଦରୁ ଉଭୟ ଆଞ୍ଚଳିକ ଏବଂ ଜାତୀୟ ଖବର ପ୍ରତିଦିନ ସକାଳ ୭ଟା୦୫ରୁ ୭ଟା ୧୦, ୭ଟା ୧୫, ୭ଟା ୨୫ରେ ଏବଂ ଅପରାହ୍ଣ ୧ଟା ୫୦ରୁ ୨ଟା, ୨ଟା ୨୫ରୁ ୨.୪୨ ଏବଂ ସନ୍ଧ୍ୟା ୬ଟା୪୫ରୁ  ୬ଟା ୫୫, ୭ଟା ୧୫ରୁ ୭.୨୫ ଯାଏଁ ପ୍ରସାରଣ କରାଯାଉଛି।

ଏହି ନୂଆ ପଦକ୍ଷେପ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମରେ ରେଡିଓ ଶ୍ରୋତାଙ୍କ ସଂଖ୍ୟା ବଢ଼ିବାର ଆଶା ରହିଛି।

Comment