ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ପ୍ରତି ଜେଲ୍ ପରିସରରେ ଖୋଲିବ କ୍ୟାମ୍ପ କୋର୍ଟ।
ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଛି। ଫଳରେ ରାଜ୍ୟର ବିଭିନ୍ନ କାରଗାର ଏବଂ ଉପ-କାରଗାରରେ ଥିବା କଏଦୀମାନଙ୍କର ଜାମିନ ଆବେଦନ ଶୁଣାଣି ହୋଇପାରୁନି। ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଓଡ଼ିଶା ହାଇକୋର୍ଟ ଜେଲ୍ରେ କ୍ୟାମ୍ପ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ଜେଲ୍ରେ କ୍ୟାମ୍ପ କୋର୍ଟ ଖୋଲି ଅଭିଯୁକ୍ତମାନଙ୍କର ଜାମିନ ଆବେଦନ ଶୁଣାଣି କରିବାକୁ ହାଇକୋର୍ଟ ଜିଲ୍ଲା ଓ ଦୌରା ଜଜ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ଦିବସମାନଙ୍କରେ କ୍ୟାମ୍ପ କୋର୍ଟ ଖୋଲିବାକୁ ହାଇକୋର୍ଟ କହିଛନ୍ତି।
କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଅଗଷ୍ଟ ୨୮ରୁ କୋର୍ଟ କାମ ଅଚଳ ହୋଇଯାଇଛି। ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ଗିରଫ ଦାବିରେ ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଏପଟେ ଆଇନଜୀବୀ ସଂଘ ଦୁଇ ଫାଳ ହୋଇଯାଇଛି। ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଆନ୍ଦୋଳନରୁ ଓହରି ଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।








ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ପ୍ରତି ଜେଲ୍ ପରିସରରେ ଖୋଲିବ କ୍ୟାମ୍ପ କୋର୍ଟ।








