ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆରେ ସୋମବାର ଦିନ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଜାଭା ସୁମଦ୍ରରେ ଲାୟର ଏୟାରର ବିମାନ ଖସିପଡ଼ିବାରୁ ଏଯାଏଁ ୧୮୯ ଯାତ୍ରୀଙ୍କର ପତ୍ତା ମିଳୁନି। ଏହି ବିମାନରେ ଥିବା ଭାରତୀୟ ପାଇଲଟ ଭାବେ ସୁନେଜାଙ୍କର ମୃତ୍ୟୁ ଘଟିଥିବା ଜାକର୍ତ୍ତାରେ ଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି।

ଏହି ବିମାନରେ ମୋଟ ୧୭୮ ଯାତ୍ରୀଙ୍କ ସମେତ ୩ ଜଣ ଶିଶୁ, ୨ ପାଇଲଟ ଏବଂ ୬ ଜଣ କ୍ରିଉ ମେମ୍ବର ଥିଲେ। ଜାକର୍ତ୍ତା ବିମାନବନ୍ଦରରୁ ବିମାନଟି ସକାଳ ୬ଟା୨୦ ମିନିଟରେ ସୁମାତ୍ରା ଦ୍ୱୀପରେ ଥିବା ପଙ୍ଗକଲ୍ ପିନାଙ୍ଗ ଅଭିମୁଖେ ଯାତ୍ରା କରିଥିଲା। ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର ମାତ୍ର ୧୩ ମିନିଟ ପରେ ବିମାନଟି ଜାଭା ସୁମଦ୍ର ଭିତରକୁ ଖସିପଡ଼ିଥିଲା।

ଉଦ୍ଧାରକାରୀ ଟିମ୍ ମଝି ସମୁଦ୍ରରେ ଯାତ୍ରୀମାନଙ୍କୁ ଖୋଜୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କର ପତ୍ତା ମିଳୁ ନଥିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।

ଏହି ବିମାନର ପାଇଲଟ ଥିଲେ ଭାବେ ସୁନେଜା। ତାଙ୍କ ଘର ନୂଆଦିଲ୍ଲୀରେ। ସେ ୨୦୧୧ରୁ ଲାୟନ ଏୟାରରେ ଯୋଗ ଦେଇଥିଲେ।୨୦୧୦ରେ ସେ ବିବାହ କରିଥିଲେ ଏବଂ ସେ ଦୀପାବଳିକୁ ଘରକୁ ଆସିବାର ଥିଲା। ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି।

ଏଟିଏସ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ବେଳେ ବିମାନଟି ୩ ହଜାର ୬୫୯ ଫୁଟ ଉଚ୍ଚ ଏବଂ ଇଣ୍ଡୋନେସିଆ ସମୁଦ୍ର ତଟଠାରୁ ୧୫ କିଲୋମିଟର ଦୂରରେ ଉଡ଼ାଣ ଭରୁଥିଲା।

LEAVE A REPLY

Please enter your comment!
Please enter your name here